ସମ୍ବଲପୁର: ସମ୍ବଲପୁର- ବନାରସ ଏକ୍ସପ୍ରେସକୁ ବିଶାଖାପାଟଣା ଯାଏଁ ସମ୍ପ୍ରସାରଣ କରାଯାଇଛି | ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଖେତରାଜପୁର ଷ୍ଟେସନଠାରେ ପତାକା ଦେଖାଇ ଏହି ସମ୍ପ୍ରସାରଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି | ସପ୍ତାହକୁ ସମ୍ବଲପୁରରୁ ବନାରସ ଯାଏଁ ଏହି ଏକ୍ସପ୍ରେସ ଚାଲୁଥିଲା |

Advertisment

ଫଳରେ ଏହା ବିଶାଖାପାଟଣା ଯାଏଁ ସମ୍ପ୍ରସାରିତ ହୋଇଛି | ରବିବାର ଓ ବୁଧବାର ଟ୍ରେନ ନମ୍ବର ୧୮୩୧୧ ବିଶାଖାପାଟଣା- ବନାରସ ଏକ୍ସପ୍ରେସ ସକାଳ ୪ଟା ୨୦ରୁ ବାହାରି ସମ୍ବଲପୁରରୁ ଅପରାହ୍ନ ୧୨ଟା ୫୫ରେ ପହଂଚିଲା ପରେ ଏହା ୧୦ ମିନିଟ ପରେ ସମ୍ବଲପୁର ଛାଡି ବନାରସ ଅଭିମୁଖେ ଅଗ୍ରସର ହେବ | ଏହି ଟ୍ରେନଟି ପରଦିନ ଅପରାହ୍ନ ୨ଟା ୦୫ରେ ବନାରସରେ ପହଂଚିବ | ଏହି ସମ୍ପ୍ରସାରଣ ପରେ ସମ୍ବଲପୁରରୁ ବିଶାଖାପାଟଣା ମଧ୍ୟରେ ବରଗଡ, ବଲାଙ୍ଗିର, କେସିଙ୍ଗା, ମୁନିଗୁଡା, ପାର୍ବତୀପୂରମ, ବୋବ୍ଲିିଲି ଓ କୋଟ୍ଟାଭାଲସାରେ ରହଣୀ କରିବ |