ସମ୍ବଲପୁର: ପୂର୍ବତଟ ରେଳପଥର କୋଟ୍ଟଭଲସା - କୋରାପୁଟ-କିରନ୍ଦୁଲ ରେଳ ମାର୍ଗରେ ମାନବାର ଓ ଜରତି ରେଳ ଷ୍ଟେସନ ମଧ୍ୟରେ ଭୂସ୍ଖଳନଜନିତ ପୁନଃରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ୧୦ଟି ଟ୍ରେନ୍ ସେବା ପ୍ରଭାବିତ ହୋଇଥିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଉରକେଲାରୁ ୨୭ ଓ ୨୮ ତାରିଖରେ ଛାଡ଼ିବାକୁ ଥିବା ୧୮୧୦୭ ରାଉରକେଲା-ଜଗଦଳପୁର ଏକ୍ସପ୍ରେସ କୋରାପୁଟ ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ କୋରାପୁଟରୁ ଜଗଦଲପୁର ପର୍ଯ୍ୟନ୍ତ ବାତିଲ ରହିବ। ସେହିପରି ଜଗଦଲପୁରରୁ ୨୮ ଓ ୨୯ରେ ଛାଡ଼ିବାକୁ ଥିବା ୧୮୧୦୮ ଜଗଦଲପୁର-ରାଉରକେଲା ଏକ୍ସପ୍ରେସ ଜଗଦଲପୁର ପରିବର୍ତ୍ତେ କୋରାପୁଟରୁ ଯାତ୍ରା ଆରମ୍ଭ କରିବ ଏବଂ ଜଗଦଲପୁରରୁ କୋରାପୁଟ ପର୍ଯ୍ୟନ୍ତ ବାତିଲ ରହିବ। ଭୁବନେଶ୍ୱରରୁ ୨୭ ଓ ୨୮ ତାରିଖରେ ଛାଡ଼ିବାକୁ ଥିବା ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ କୋରାପୁଟ ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ କୋରାପୁଟରୁ ଜଗଦଲପୁର ପର୍ଯ୍ୟନ୍ତ ବାତିଲ ରହିବ।

Advertisment

ଏଣେ ଜଗଦଲପୁରରୁ ୨୮ ଓ ୨୯ ତାରିଖରେ ଛାଡ଼ିବାକୁ ଥିବା ୧୮୪୪୮ ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ଜଗଦଲପୁର ପରିବର୍ତ୍ତେ କୋରାପୁଟରୁ ଯାତ୍ରା ପ୍ରାରମ୍ଭ କରିବ ଏବଂ ଜଗଦଲପୁରରୁ କୋରାପୁଟ ପର୍ଯ୍ୟନ୍ତ ବାତିଲ ରହିବ। କିରଣ୍ଡୁଲଠାରୁ ୨୮ ଓ ୨୯ ରେ ଛାଡ଼ିବାକୁ ଥିବା କିରାଣ୍ଡୁଲ-ବିଶାଖାପାଟନମ୍ ସ୍ପେସାଲ୍ କିରାଣ୍ଡୁଲ୍ ପରିବର୍ତ୍ତେ ଆରାକୁଠାରୁ ଯାତ୍ରା ଆରମ୍ଭ କରିବ। କିରାଣ୍ଡୁଲରୁ ଆରାକୁ ପର୍ଯ୍ୟନ୍ତ ଏହା ବାତିଲ ରହିବ। ବିଶାଖାପାଟନମ୍-କିରାଣ୍ଡୁଲ୍ ସ୍ପେସାଲ୍(୦୮୫୫୧) ବିଶାଖାପାଟନମ୍ ଠାରୁ ୨୮ ଓ ୨୯ରେ ଆରାକୁ ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ ଆରାକୁରୁ କିରାଣ୍ଡୁଲ୍ ପର୍ଯ୍ୟନ୍ତ ବାତିଲ୍ ହୋଇ ରହିବ। ହାଓଡ଼ାଠାରୁ ୨୭ ଏବଂ ୨୮ରେ ଛାଡୁଥିବା ୧୮୦୦୫ ହାଓଡ଼ା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ ଟିଟିଲାଗଡ଼ ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ ଟିଟିଲାଗଡରୁ ଜଗଦଳପୁର ପର୍ଯ୍ୟନ୍ତ ବାତିଲ ରହିବ। ଜଗଦଲପୁରରୁ ୨୮ ଓ ୨୯ରେ ଛାଡ଼ିବାକୁଥିବା ୧୮୦୦୬ ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ଜଗଦଲପୁର ପରିବର୍ତ୍ତେ ଟିଟିଲାଗଡରୁ ଯାତ୍ରା ଆରମ୍ଭ କରିବ। ଜଗଦଲପୁରରୁ ଟିଟିଲାଗଡ଼ ପର୍ଯ୍ୟନ୍ତ ଏହି ଟ୍ରେନ ବାତିଲ ରହିବ। ବିଶାଖାପାଟନମ୍ରୁ ୨୭ ଓ ୨୮ରେ ଛାଡିବାକୁ ଥିବା ୧୮୫୧୪ ବିଶାଖାପାଟନମ୍-କିରାଣ୍ଡୁଲ୍ ଏକ୍ସପ୍ରେସ୍ କୋରାପୁଟ ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ କୋରାପୁଟରୁ କିରାଣ୍ଡୁଲ ପର୍ଯ୍ୟନ୍ତ ବାତିଲ ରହିବ। କିରାଣ୍ଡୁଲରୁ ୨୮ ଏବଂ ୨୯ ତାରିଖରେ ଛାଡିବାକୁ ଥିବା ୧୮୫୧୩ କିରାଣ୍ଡୁଲ-ବିଶାଖାପାଟନମ୍ ଏକ୍ସପ୍ରେସ କିରାଣ୍ଡୁଲ ପରିବର୍ତ୍ତେ କୋରାପୁଟରୁ ଯାତ୍ରା ଆରମ୍ଭ କରିବ। କିରାଣ୍ଡୁଲରୁ କୋରାପୁଟ ପର୍ଯ୍ୟନ୍ତ ଏହି ଟ୍ରେନ ବାତିଲ ରହିବ ବୋଲି ସୂଚନା ଦିଆଯାଇଛି।