ସମ୍ବଲପୁର: ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ସୂଚନାନୁସାରେ, ରେଙ୍ଗାଲି ଥାନା ଅଞ୍ଚଳରେ ୨୦୧୭ ମସିହା ଅଗଷ୍ଟ ୨୮ ତାରିଖ ରାତି ଜଣେ ନାବାଳିକା(୧୪) ଭୋଜି ଖାଇ ଏକା ଫେରୁଥିଲେ। ସେହି ସମୟରେ ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ରବୀନ୍ଦ୍ର ଖଡ଼ିଆ(୨୦) ନାବାଳିକାଙ୍କୁ ଏକା ପାଇ ନିକଟରେ ଥିବା ଜଙ୍ଗଲ ଭିତରକୁ ଟେକି ନେଇଥିଲା। ଏକାଧିକ ଥର ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ନାବାଳିକା ଘରକୁ ଆସି ତାଙ୍କ ମା’ଙ୍କୁ ସବୁ ଘଟଣା କହିବା ପରେ ପରଦିନ ରେଙ୍ଗାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Advertisment

ସୋମବାର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ହର ପ୍ରସାଦ ପାଢ଼ୀ ଏହି ମାମଲାର ଶୁଣାଣି କରି ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୨ ବର୍ଷ ଜେଲ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି। ୧୬ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ମାମଲାକୁ ସରକାରୀ ଓକିଲ ସନ୍ତୋଷ ପଣ୍ଡା ପରିଚାଳନା କରିଥିଲେ।