୧୪ ମୋବାଇଲ ଜବତ, ୨ ଲୁଟେରା ଗିରଫ

ସମ୍ବଲପୁର: ମହନଗର ଅଂଚଳରେ ସକ୍ରିୟ ଥିବା ୨ଜଣ ମୋବାଇଲ ଫୋନ୍‌ ଲୁଟେରାଙ୍କୁ ଧରିବାରେ ଧନୁପାଲି ଥାନା ପୁଲିସ ସଫଳ ହୋଇଛି। ଗିରଫ ଦୁଇ ଅଭିଯୁକ୍ତ ଧନୁପାଲି ଭୂତାପଡ଼ା ନିବାସୀ ଅଶୋକ ମହାନନ୍ଦ ଓରଫ ବୁଲୁ ଓ ଦାନିବନ୍ଧ ସାଲିଆବଗିଚାର ଚିନ୍ମୟ ଘୋଷଠାରୁ ୧୪ଟି ମୋବାଇଲ ଫୋନ୍‌ ଓ ନଗଦ ୧୯୦୫ ଟଙ୍କା ଜବତ କରାଯାଇଛି। ଗତ ୧୬ ତାରିଖ ରାତି ୧୧ଟାରେ ଅଶୋକା ଟକିଜ ନିକଟରେ ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା କୁହିବାହାଲର ଭକ୍ତବନ୍ଧୁ ସାହୁଙ୍କଠାରୁ ସେମାନେ ୧୫ହଜାର ଟଙ୍କା ମୂଲ୍ୟର ଏକ ମୋବାଇଲ ଫୋନ୍‌ ଲୁଟି ନେଇଥିଲେ। ଘଟଣା ସଂକ୍ରାନ୍ତାରେ ଶୁକ୍ରବାର ଦିନ ଭକ୍ତବନ୍ଧୁ ଧନୁପାଲି ଥାନାରେ ଅଭିଯୋଗ କରିଥିଲେ। ଧନୁପାଲି ଥାନା ପୁଲିସ୍‌ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଯାଂଚ ବେଳେ ବୁଲୁ ଓ ଚିନ୍ମୟଠାରୁ ଭକ୍ତବନ୍ଧୁଙ୍କ ମୋବାଇଲ ଫୋନ୍‌ ସମେତ ସେମାନଙ୍କଠାରୁ ଆହୁରି ୧୩ଟି ଚୋରା ମୋବାଇଲ ଫୋନ୍‌ ଜବତ କରାଯାଇଛି।

ସମ୍ବନ୍ଧିତ ଖବର