ସମ୍ବଲପୁର ସହରର ୧୦ଟି ସ୍ଥାନରେ ୧୪୪ ଧାରା ଲାଗୁ

ସମ୍ବଲପୁର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମ୍ବଲପୁର ସହରର ୧୦ଟି ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି । ଆସନ୍ତା ୧୬ତାରିଖ ଯାଏଁ ଏହି କଟକଣା ଲାଗୁ ହେବ ବୋଲି ଜଣାପଡ଼ିଛି ।  ସମ୍ବଲପୁର ସହରର ବଡବଜାର ହଟଲି ଛକ, ହୀରାକୁଦ କଲୋନୀ, ଜଗନ୍ନାଥ ମନ୍ଦିର କଲୋନୀ, ହାଉସିଂବୋର୍ଡ କଲୋନୀ, ଧନୁପାଲିର ଶିବନଗର, ବରେଇପାଲିର ନୂଆପଡାରେ ଏହି ୧୪୪ଧାରା  ଲାଗୁ କରାଯାଇଛି । ୧୦୦ ମିଟର ଭିତରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି ।

ଗତ କାଲି ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ମୋଟ ୧୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହା ମଧ୍ୟରୁ ଭିମସାର ବୁର୍ଲାରେ ୭ଟି ମାମଲା ଚିହ୍ନଟ ହୋଇଥିଲା । ଏହା ବାଦ ବୁର୍ଲାରୁ ଆଉ ଦୁଇଟି ମାମଲା ଚିହ୍ନଟ ହୋଇଥିଲା । ସେହିପରି ଡକ୍ଟର୍ସ କଲୋନିରୁ ୩ଟି ଓ ଗୋପାଲଜୀ ମନ୍ଦିର, ଧନୁପାଲିରୁ ୨ଟି ମାମଲା ଚିହ୍ନଟ ହୋଇଥିଲା ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା ।

 

ସମ୍ବନ୍ଧିତ ଖବର