୧୯୪ କଫ୍‌ ସିରପ୍‌, ୪୦ ଷ୍ଟ୍ରିପ ନିଶା ବଟିକା ଜବତ

ସମ୍ବଲପୁର : ରାଜଗାଙ୍ଗପୁରରୁ ସମ୍ବଲପୁର ପର୍ଯ୍ୟନ୍ତ ଲମ୍ବିଥିବା କଫ ସିରପ୍‌ କାରବାରର ପର୍ଦାଫାସ କରିଛି ସମ୍ବଲପୁର ପୁଲିସ। ସୋମବାର ୧୯୪ଟି କଫ ସିରପ୍‌ ବୋତଲ, ୪୦ ଷ୍ଟ୍ରିପ ନିଶା ବଟିକା ଜବତ କରାଯାଇଛି। ଏହି କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ରାଜଗାଙ୍ଗପୁର ଶ୍ୱେତା ମେଡିକାଲ ଷ୍ଟୋର ମାଲିକ ଜି.ତନିପୋଲୁ ପାତ୍ରଙ୍କ ସମେତ ସମ୍ବଲପୁର ସାହୁ କଲୋନିର ରାଜେଶ ନାଗ(୩୫), ଧନୁପାଲିର ଇନ୍ଦ୍ର ବେହେରା(୨୯), ପୁଟିବନ୍ଧର ଦଶରଥ ଲାକ୍ରା(୨୯)ଙ୍କୁ ଗିରଫ କରିଛି ଟାଉନ ଥାନା ପୁଲିସ ଏବଂ ସ୍ପେସାଲ ସ୍କ୍ଵାଡ।

ସମ୍ବଲପୁରରେ ଚାଲୁଥିବା କଫ ସିରପ୍‌ କାରବାରର ପ୍ରାୟ ୬୦ରୁ୭୦ ପ୍ରତିଶତ ରାଜଗାଙ୍ଗପୁରର ଏହି ଔଷଧ ମାଲିକଙ୍କ ଠାରୁ ଆସୁଥିବା ସ୍ପେସାଲ ସ୍କ୍ଵାଡ ପୁଲିସ କହିଛି। ଗିରଫ ଯୁବକମାନେ ରାଜଗାଙ୍ଗପୁରରୁ ୭୦ରୁ ୮୦ ଟଙ୍କାରେ କଫ ସିରପ୍‌ କ୍ରୟ କରି ୨୦୦ ଟଙ୍କା ଏବଂ ୫ ଟଙ୍କାର ନିଶା ବଟିକା ୨୫ ଟଙ୍କାରେ ସମ୍ବଲପୁରରେ ବିକ୍ରି କରୁଥିଲେ। ଏସଡିପିଓ ଭବାନୀ ଉଦଗାତା କହିଛନ୍ତି, ୨୬ ତାରିଖରେ ଫାଟକ ରେଳ ଷ୍ଟେସନରେ କଫ ସିରପ୍‌ ସହିତ ୩ ଜଣଙ୍କୁ ଗିରଫ କରିଥିଲା ସ୍ପେସାଲ ସ୍କ୍ଵାଡ। ଗିରଫ ଯୁବକଙ୍କୁ ପଚରାଉଚୁରା ପରେ ସେମାନେ ରାଜଗାଙ୍ଗପୁରର ଜି.ତାନିପୋଲୁ ପାତ୍ରଙ୍କ ଠାରୁ କଫସିରପ୍‌ ଆଣୁଥିବା କହିଥିଲେ।

ସମ୍ବନ୍ଧିତ ଖବର