ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ୧୪ଟି ସ୍ଲୁଇସ୍‌ ଗେଟ୍ ଖୋଲା ଥିଲା। ଜଳପ୍ରବେଶ ବଢ଼ିବା ପରେ ପୁଣି ଦୁଇଟି ପର୍ଯ୍ୟାୟରେ ଆହୁରି ୮ଟି ସ୍ଲୁଇସ୍ ଗେଟ୍‌ ଖୋଲାଯାଇଛି। ଅଧିକ ଗେଟ୍ ଖୋଲାଯିବା ପରେ ଗତକାଲି ସନ୍ଧ୍ୟା ୬ଟାରେ ଜଳସ୍ତର ୬୨୭.୯୧ ଫୁଟ୍‌କୁ ଖସି ଆସିଛି। ଜଳଭଣ୍ଡାରକୁ ୨,୯୬,୬୬୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ୩,୫୩,୮୪୨ କ୍ୟୁସେକ୍ ନିଷ୍କାସିତ ହେଉଛି।

Advertisment

୨୨ଟି ସ୍ଲୁଇସ୍ ଗେଟ୍ ଦେଇ ୩,୨୫,୭୨୦ କ୍ୟୁସେକ୍ ଓ ପାୱାର ଚାନେଲ ଦେଇ ୨୪,୭୬୬ କ୍ୟୁସେକ୍ ଜଳ ମହାନଦୀରେ ଛଡ଼ାଯାଇଛି। ଜଳସଚେନ ନିମନ୍ତେ କେନାଲଗୁଡ଼ିକରେ ୩,୦୬୬ କ୍ୟୁସେକ୍, ମେଗା ଉଠାଜଳସେଚନ ପ୍ରକଳ୍ପ ପାଇଁ ୩୩ କ୍ୟୁସେକ୍ ଓ ଶିଳ୍ପ ପାଇଁ ୨୫୭ କ୍ୟୁସେକ୍ ଜଳ ଯୋଗାଇ ଦିଆଯାଇଛି। ଜଳଭଣ୍ଡାରର ଉପର ମୁଣ୍ଡରେ ୭୨.୭୮ ମିମି ଓ ତଳମୁଣ୍ଡରେ ୪୬.୮୦ ମିମି ବର୍ଷା ରେକର୍ଡ କରାଯାଇଛି। ଜଳପ୍ରବେଶ ଆଜି ଆହୁରି ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ, ସ୍ଥିତି ଦେଖି ଆହୁରି କେତୋଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯିବ ବୋଲି ଜଣାପଡ଼ିଛି।