ଛତିଶଗଡ଼ରେ ଧରା ପଡ଼ିଲେ ସମ୍ବଲପୁରର ୩ ଯୁବକ

୮୭ ଲକ୍ଷ ଓ କାର୍‌ ଜବତ

ସମ୍ବଲପୁର: ସମ୍ବଲପୁରର ୩ ଜଣ ଯୁବ ବ୍ୟବସାୟୀ ଛତିଶଗଡ଼ରେ ଗିରଫ ହୋଇଛନ୍ତି। ବୁଧବାର ରାତିରେ ଏକ କାରରେ ବହୁ ପରିମାଣର ନଗଦ ଟଙ୍କା ନେଇ ସମ୍ବଲପୁରରୁ ରାୟପୁର ଯାଉଥିଲା ବେଳେ ସେମାନେ ମହାସମୁନ୍ଦ ଜିଲ୍ଲା ସିଂଘୋଡ଼ା ଘାଟି ନିକଟରେ ଛତିଶଗଡ଼ର ସିଂଘୋଡ଼ା ଥାନା ପୁଲିସ ହାତରେ ଧରା ପଡ଼ିଛନ୍ତି। ଉକ୍ତ ଟଙ୍କା ସମ୍ପର୍କିତ କୌଣସି ବିଶ୍ୱାସ ଯୋଗ୍ୟ ତଥ୍ୟ ବା କାଗଜପତ୍ର ଉପସ୍ଥାପନ କରି ନ ପାରିବାରୁ ସିଂଘୋଡ଼ା ପୁଲିସ ସେମାନଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ନଗଦ ୮୭ ଲକ୍ଷ ୫୦ ହଜାର ଟଙ୍କା ଓ କାର ଜବତ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ସମ୍ବଲପୁର ବଡ଼ବଜାରର ଗୁରଭେଜ ସିଂହ (୩୧), ଚେରୁଆପଡ଼ାର ଈଶ୍ୱର ରାଓ (୩୯) ଏବଂ ଅନୁରାଗ ସୁରୀ। ଛତିଶଗଡ଼ରେ ସ୍ଥାନୀୟ ନିର୍ବାଚନ ଥିବାରୁ ସେଥିରେ ବିନିଯୋଗ ପାଇଁ ଏହି ଟଙ୍କା ନିଆ ଯାଉଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର