ଆଡମିଟ କାର୍ଡ ନ ପାଇ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ୩୬ ଛାତ୍ରଛାତ୍ରୀ

ସମ୍ବଲପୁର: ଆଡମିଟ୍ କାର୍ଡ ନପାଇଁ ପରୀକ୍ଷାରୁ ବଞ୍ଚିତ ହେଲେ ୨୫ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ । ସମ୍ବଲପୁର ଯମୁନାଦେବୀ ବେସରକାରୀ ମହାବିଦ୍ୟାଳୟରେ କିଛି ଏଭଳି ଘଟଣା ଘଟିଛି । ୩୬ ଛାତ୍ରଛାତ୍ରୀ ୨ ବର୍ଷ ହେଲା ଏଠାରେ ଯୁକ୍ତ ଦୁଇ କରସ୍ପଣ୍ଡେଣ୍ଟ ପାଇଁ ନାମ ଲେଖାଇଥିଲେ । ପରୀକ୍ଷା ବାବଦକୁ କଲେଜ କର୍ତୃପକ୍ଷ ଟଙ୍କା ମଧ୍ୟ ନେଇଥିବାର ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ତେବେ ଆଡମିଟ କାର୍ଡ ନ ଆସିବାରୁ ସବୁ ଘଟଣା ସାମ୍ନାକୁ ଆସିଛି ।

ପରୀକ୍ଷା ବୁଧବାର ଦିନ ଥିବାବେଳେ ଆଡମିଟ କାର୍ଡ ନ ମିଳିବାରୁ ଛାତ୍ରଛାତ୍ରୀମାନେ କଲେଜକୁ ମଙ୍ଗଳବାର ଯାଇଥିଲେ | କିନ୍ତୁ ସେଠାରେ ତାଲା ଝୁଲୁଥିବାର ଦେଖିବାକୁ ପାଇଥିଲେ । ଏହା ପରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଧନୁପାଲୀ ଥାନାରେ ଅଭିଯୋଗ କରିଥିଲେ |

ଏହି ଘଟଣା ପ୍ରଘଟ ହେବା ପରେ ସୋନପୁର ଜିଲ୍ଲାର ସିଣ୍ଡୋଲ କଲେଜରେ ପରୀକ୍ଷା ଦେବାର ବନ୍ଦୋବସ୍ତ ହୋଇଛି ଓ ସେଠି ଆଡମିଟ ମିଳିବ ବୋଲି କହି ପ୍ରିନ୍ସିପାଲ କହିଥିଲେ । ପରେ ଆଜି ଛାତ୍ରଛାତ୍ରୀ ସିଣ୍ଡୋଲ କଲେଜ ଗଲା ପରେ ସବୁ ମିଛ ବୋଲି ଜଣାପଡିଛି । ଏହାକୁ ନେଇ ଛାତ୍ରଛାତ୍ରୀ ନିରାଶ ହୋଇ ଫେରିଛନ୍ତି ।

ସମ୍ବନ୍ଧିତ ଖବର