ସମ୍ବଲପୁର: ଅଇଁଠାପାଲି ଥାନାର ପ୍ରେସକ୍ଲବ୍ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଆଜି ଭୋର ପ୍ରାୟ ସାଢ଼େ ୫ଟା ସମୟରେ ସମ୍ବଲପୁର ପ୍ରେସକ୍ଲବ୍ ନିକଟରେ ଏକ ଟ୍ରକ୍ ଛିଡ଼ା ହୋଇଥିବା ବେଳେ ପଛପଟୁ ପିସିଆର୍ ଭ୍ୟାନ୍ ପିଟିଥିଲା। ଏଥିରେ ୪ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ଏହି ପିସିଆର୍ ଭ୍ୟାନ୍ ଅଇଁଠାପାଲି ଥାନାର ବୋଲି ଜଣାଯାଇଛି।

Advertisment

publive-image

ସମସ୍ତ ଆହତ ପୁଲିସ୍ କର୍ମଚାରୀଙ୍କୁ ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି।