ସମ୍ବଲପୁର: ରବିବାର ରାତିରେ ଭତରା ବେତରାପଡ଼ାଠାରେ ମୋବାଇଲ ଫୋନ ଓ ଟଙ୍କା ଲୁଟ୍ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ବେତରାପଡ଼ାର ଅମର ଗୁରୁ (୨୧), ଭିକାରୀ ବେହେରା (୧୮), ଅଭିଷେକ ଗୁରୁ (୧୮) ଏବଂ ରୂପେଶ ଗୁରୁ (୧୮)। ରବିବାର ରାତି ୧୧ଟା ୩୦ରୁ ୧୨ଟା ମଧ୍ୟରେ ସେମାନେ ଭତରା ଅଭିମୁଖେ ଯାଉଥିବା ଠେମରାର ଶତ୍ରୁଘ୍ନ କରାଳିଙ୍କଠାରୁ ଏକ ସ୍ମାର୍ଟ ଫୋନ ଓ ୭ ହଜାର ୨୦୦ ଟଙ୍କା ଲୁଟି ନେଇଥିଲେ। ବୁଧବାର ଧନୁପାଲି ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଚୋରି ମୋବାଇଲ ଫୋନ ଓ ଟଙ୍କା ଜବତ କରିଛି।
ଲୁଟ୍ ଅଭିଯୋଗରେ ୪ ଗିରଫ
/sambad/media/post_attachments/wp-content/uploads/2018/05/sbp17-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)