ସମ୍ବଲପୁର: ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ୫୩ କେଜି ଗଞ୍ଜେଇ ଜବତ। ଗଞ୍ଜେଇ ଚୋରା ଚାଲଣ କରୁଥିବା ମଧ୍ୟପ୍ରଦେଶର ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ସେମାନେ ହେଲେ ସଞ୍ଜୀବ ପୁରୋହିତ (୫୪) ଓ କମଲ କିଶୋର (୩୪)। ସୂଚନା ଅନୁସାରେ ବୁଧୁବାର ଅବକାରୀ ଅଧିକାରୀମାନଙ୍କ ଦ୍ବାରା ସକାଳ ସମୟରେ ଅଇଁଠାପାଲି ଥାନା ଅନ୍ତର୍ଗତ ସତ୍ୟ ମାର୍ବଲ ଦୋକାନ ସମ୍ମୁଖରେ ଚେକିଂ ଜାରି ରହିଥିଲା। ଏହି ଚେକିଂ ସମୟରେ ଏକ ଟାଟା ସଫାରି (ୟୁପି୧୬ ଏଆର୍ ୭୦୦୪) ଗାଡ଼ିକୁ ଅଧିକାରୀମାନେ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଗାଡ଼ିରୁ ୫୩ କେଜିର ଗଞ୍ଜେଇ ମିଳିଥିଲା।
ଏହି ବ୍ୟକ୍ତିମାନେ ବୌଦ୍ଧରୁ ଗଞ୍ଜେଇ ନେଇ ମଧ୍ୟପ୍ରଦେଶକୁ ଯାଉଥିଲେ। ତେବେ ଏମାନଙ୍କୁ ବୌଦ୍ଧ ଜଣେ ବ୍ୟକ୍ତି ଆସି ହାତୀବାଡ଼ି ନିକଟରେ ଗଞେଇ ଗାଡ଼ି ଦେଇଥିଲେ ଏବଂ ଏମାନେ ଏହି ଗାଡ଼ୁକୁ ନେଇ ମଧ୍ୟପ୍ରଦେଶକୁ ଯାଉଥିବା ସୂଚନା ଦେଇଛନ୍ତି ଅବକାରୀ ବିଭାଗର ଅଧିକାରୀ। ଏମାନଙ୍କଠାରୁ ଗୋଟିଏ ଟାଟା ସଫାରି ଗାଡ଼ି ଓ ଗୋଟିଏ ମୋବାଇ ଫୋନ୍ ମଧ୍ୟ ଜବତ ସହିତ ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲଣ କରାଯାଇଥିବା ସୂଚନା ମିଳିଛି।