ସମ୍ବଲପୁର : ନାବାଳିକାଙ୍କ ପ୍ରତି ଯୌନ ନିର୍ଯାତନା ବଢ଼ିବାରେ ଲାଗିଛି। ସମ୍ବଲପୁର ଜିଲ୍ଲା ଶାସନ ଅଂଚଳର ଜଣେ ନବମ ଶ୍ରେଣୀ ଛାତ୍ରୀ ଯୌନ ପିପାସୁଙ୍କ କବଳରେ ପଡ଼ିଛନ୍ତି। ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କୁ ବିଭିନ୍ନ ସ୍ଥାନରେ ରଖି ଦୁଷ୍କର୍ମ କରିବା ପରେ ଅଭିଯୁକ୍ତମାନେ ତାକୁ ଛାଡ଼ି ଫେରାର ହୋଇଯାଇଥିଲେ। ଶାସନ ଥାନା ପୁଲିସ ଏହି ଗଣଦୁଷ୍କର୍ମ ମାମଲାରେ ଜଣେ ନାବାଳକଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ଗତ ୨ ତାରିଖର ଘଟଣା। ସ୍କୁଲ ଛାତ୍ରୀ ଜଣକ ସନ୍ଧ୍ୟାରେ ଜିନିଷ କିଣିବା ପାଇଁ ବଜାରକୁ ଯାଇଥିଲେ। ବଜାରରୁ ଫେରିବା ବେଳେ ଦଶମ ଶ୍ରେଣୀର ଜଣେ ଛାତ୍ର ତାଙ୍କୁ କଥାବାର୍ତ୍ତା ପାଇଁ ଅଟକାଇ ଥିଲା। ଛାତ୍ରଛାତ୍ରୀ ଜଣକ ଏକାକୀ ଥିବାର ସୁଯୋଗ ନେଇ ସେ ସ୍କୁଲ ବାରଣ୍ଡାକୁ ଟାଣି ନେଇ ଦୁଷ୍କର୍ମ କରିଥିଲା। ଠିକ ଏହି ସମୟରେ ସେହି ଅଂଚଳର ଦୁଇ ଜଣ ଯୁବକ ସେଠାରେ ପହଂଚି ପୀଡ଼ିତାଙ୍କୁ ବଦନାମ କରି ଦେବାର ଧମକ ଚମକ ଦେଇଥିଲେ। କେବଳ ସେତିକି ନୁହେଁ, ଜୋର ଜବରଦସ୍ତ ତାଙ୍କୁ ବାଇକରେ ବସାଇ ଅନ୍ୟ ଏକ ଜାଗାକୁ ନେଇ ଦୁଷ୍କର୍ମ କରିଥିଲେ। ସେମାନଙ୍କଠାରୁ ଖବର ପାଇ ଆଉ ୩ଜଣ ଯୁବକ ମଧ୍ୟ ସେଠାରେ ପହଂଚି ଯାଇଥିଲେ। ଛାତ୍ରୀ ଜଣକୁ ଏଭଳି ୪ଟି ଭିନ୍ନ ଭିନ୍ନ ଜାଗାକୁ ନେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୁଷ୍କର୍ମ କରାଯାଇଥିଲା। ପରେ ରାତିରେ ତାଙ୍କୁ ଏକାକୀ ଛାଡ଼ି ଦେଇ ଅଭିଯୁକ୍ତମାନେ ଫେରାର ମାରିଥିଲେ। ଯନ୍ତ୍ରଣାରେ ଛଟପଟ ହୋଇ ବାହାରେ ରାତି ବିତାଇବା ପରେ ସକାଳେ କୌଣସି ପ୍ରକାରେ ସେ ଘରକୁ ଆସିଥିଲେ। ପରିବାର ଲୋକେ ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ମାଝିପାଲି ଡାକ୍ତରଖାନାରେ ଭର୍ତି କରିଥିଲେ। ଡାକ୍ତରଖାନା ସୂତ୍ରରୁ ଖବର ପାଇ ଶାସନ ଥାନା ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ସ୍କୁଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୬ ଗିରଫ
/sambad/media/post_attachments/wp-content/uploads/2018/05/arre-3.jpg)
/sambad/media/agency_attachments/2024-07-24t043029592z-sambad-original.webp)