ସମ୍ବଲପୁର: ବିବାହ ହେବାର ପ୍ରଲୋଭନ ଦେଖାଇ ବିଶ୍ବାସ ଜିଣି ୬୪ ଲକ୍ଷ ଟଙ୍କା ଜଣେ ବ୍ୟକ୍ତି ଠକି ନେଇଥିବା ସମ୍ବଲପୁର ଟାଉନ ଥାନାରେ ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗ ହୁଗୁଲି ଜିଲ୍ଲା ଦକ୍ଷିଣ ସୁବାସପଲ୍ଲୀର ସୋମା ଘୋଷ ନାମକ ଜଣେ ଯୁବତୀ ଅଭିଯୋଗ କରିଛନ୍ତି ଯେ, ସମ୍ବଲପୁରର ଜଣେ ଯୁବକ ତାଙ୍କୁ ସାଥୀ ଡଟ କମରୁ ପରିଚିତ ହୋଇଥିଲେ। ଏହାପରେ ପରିବାର ସହ ତାଙ୍କ ଗାଁକୁ ଯାଇ ବିବାହ ହେବାର ପ୍ରତିଶ୍ରୁତି ଦେଇଥିଲେ। ଫୋନରେ ବାର୍ତ୍ତାଳାପ ହେଉଥିଲା। ବିଭିନ୍ନ ସମୟରେ ସେ ସ୍ବାସ୍ଥ୍ୟ ଜନିତ କାରଣ ଦର୍ଶାଇ ଟଙ୍କା ମାଗିଥିଲେ। କେବେ ୫୦ ହଜାର ତ କେବେ ଲକ୍ଷେ ନେଉଥିଲେ। ଏଭଳି ପାଖାପାଖି ୬୪ ଲକ୍ଷ ଟଙ୍କା ନେଇ ଫେରାଉନଥିବା ସେ ଥାନାରେ ଅଭିଯୋଗ କରିଛନ୍ତି।

Advertisment

ଗତ ଅଗଷ୍ଟରେ ସେ କିଛି ଟଙ୍କା ଦେବେ କହିଥିଲେ। ତାପରେ ଆଉ ଧରାଛୁଆଁ ଦେଇନଥିଲେ। ଫଳରେ ସେ ଥାନାରେ ଅଭିଯୋଗ କରିଥିବା କହିଛନ୍ତି। ବିଶ୍ବାସରେ ଟଙ୍କା ଦେଇ ଠକେଇର ଶିକାର ହୋଇଥିବା ସେ କହିଛନ୍ତି। ଏ ନେଇ ଟାଉନ ଥାନା ଆଇଆଇସିଙ୍କୁ ପଚରାଯିବାରୁ ଅଭିଯୋଗ ରଖି ପଚରାଉଚରା କରୁଛୁ ବୋଲି ସେ କହିଛନ୍ତି।