ସମ୍ବଲପୁର: ସମ୍ବଲପୁର ମହାନଗରରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଏବେ ସୁଦ୍ଧା ୮୨ ଆକାନ୍ତ ହେଲେଣି ଚିହ୍ନଟ। ଗୁପଚୁପ, ଦହିବରା ଓ ଚୁସକି ଖାଇବା ଯୋଗୁଁ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ୧୦ ବର୍ଷ ପୂର୍ବେ ମଧ୍ୟ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ସମୟରେ ପିଏଚଡି ପାଣି ସନ୍ଦେହ ଘେରକୁ ଆସିଥିଲ । ଏବେ ମଧ୍ୟ ପିଏଚଡି ପାଣିକୁ ନେଇ ଆଶଙ୍କା ପ୍ରକାଶ କରାଯାଉଛି।

Advertisment

ଏବେ ସ୍ୱାସ୍ଥ୍ୟ ଅଧିକାରୀ ବିଭିନ୍ନ ଅଞ୍ଚଳରୁ ନମୁନା ସଂଗ୍ରହ କରୁଛନ୍ତି। ୪ ଦିନ ଭିତରେ ବେଆଇନ ପାଇପ୍ ଲାଇନ୍ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

×