ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରୁ ୮୬୮ ବୋତଲ କଫସିରପ ଜବତ ହୋଇଥିବା ଜଣାଯାଇଛି। ଗତକାଲି ବିଳମ୍ବିତ ରାତିରେ ତିନି ଜଣ ଯୁବକ କଫସିରପ ଅନୁଗୁଳରୁ ସମ୍ବଲପୁର ଚାଲାଣ ବେଳେ ରେଢ଼ାଖୋଲ ଥାନା ଅନ୍ତର୍ଗତ ବେଲଡିହି ଛକ ନିକଟରେ ପୁଲିସ ହାତରେ ଧରାପଡ଼ିଥିଲେ। ପୁଲିସ ସେମାନଙ୍କୁ ଗିରଫ କରିବା ସହ ୮୬୮ ବୋତଲ କଫସିରପ ଜବତ କରିଥିଲା। ଏହାଛଡ଼ା ଯେଉଁ ବୋଲେରୋରେ ସେମାନେ କଫସିରପ ନେଉଥିଲେ, ତାକୁ ମଧ୍ୟ ଜବତ କରାଯାଇଛି।
୩ ଗିରଫ ଅଭିଯୁକ୍ତ ହେଲେ ସମ୍ବଲପୁରର ନାଗେ ରୋହିଦାସ (୨୪), ଦୀପକ ଖଡ଼ିଆ(୨୩) ଏବଂ ଦେବଗଡ଼ର ଟୁକୁନା ନାୟକ(୨୨)। ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/4fb38947-9964-4fee-a95b-58dc62196a72.jpg)