କୁଚିଣ୍ଡା: ସମ୍ବଲପୁର ଜିଲ୍ଲା ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ ଚିନିମହୁଲଠାରେ କଣ୍ଟେନର ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ମୁହାଁମୁହିଁ ଧକ୍କା ଯୋଗୁଁ ଜଣେ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ, ଆଉଜଣେ ଗୁରୁତର ହୋଇଛନ୍ତି।

Advertisment

ସୂଚନା ଅନୁସାରେ ରାତି ପ୍ରାୟ ସାଢେ଼ ୩ଟା ସମୟରେ ଉଭୟ ପଟୁ ଆସୁଥିବା କଣ୍ଟେନର ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଖବର ପାଇ ଜମନକିରା ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ, ଦୀର୍ଘ ସାଢେ଼ ୫ଘଣ୍ଟା ହେବ ଜାତୀୟ ରାଜପଥ ଅବରୋଧ ହୋଇରହିଛି। ତେବେ ଉଭୟ ଗାଡ଼ିରେ ଜଣେ ଜଣେ ଚାଳକ ଥିବା ବେଳେ ମୃତକ କିମ୍ବା ଗୁରୁତରଙ୍କ ପରିଚୟ ମିଳିପାରି ନାହିଁ। ଗୁରୁତରଙ୍କୁ ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଛି। ରାସ୍ତା ସ୍ବାଭାବିକ ପାଇଁ ପୁଲିସର ପ୍ରଚେଷ୍ଟା ଜାରି ରହିଛି।