ଯୁଯୁମରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କଂସର ଛକରେ ଗୁରୁବାର ଦିନ ୧୨ଟା ୪୫ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବସ୍ ଧକ୍କାରେ ଜଣେ ୪ ବର୍ଷୀୟା ନାବାଳିକାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ଜଣକ ବାହାମ ଡୁଙ୍ଗୁରିପଡ଼ାର ସୁଶାନ୍ତ ମେହେରଙ୍କ ଝିଅ ନଳିନୀ ମେହେର ବୋଲି ଜଣାପଡିଛି। ଏହି ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି। ନାବାଳିକା ଜଣକ କଂସର ପଞ୍ଚାୟତ ଢାଡୁମୁଣ୍ଡାର ଜଣେ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ସେ ରାସ୍ତା ପାର ହେଉଥିବା ସମୟରେ ଷଡଙ୍ଗୀ ବସ୍ ଆସି ତାଙ୍କୁ ଧକ୍କା ଦେଇଥିଲା ।
ଯୁଯୁମରା: ବସ୍ ଧକ୍କାରେ ୪ ବର୍ଷୀୟା ନାବାଳିକା ମୃତ
/sambad/media/post_attachments/wp-content/uploads/2022/06/284d7a94-4205-48d7-8d5c-7d42501aa011.jpg)