ସମ୍ବଲପୁର: କୋଭିଡ୍ କଟକଣା ଉଲ୍ଲଂଘନ ଅଭିଯୋଗରେ ବରଯାତ୍ରୀକୁ ଅଧାରୁ ଅଟକାଇଲା ପୁଲିସ୍। ବ୍ୟାଣ୍ଟ ପାର୍ଟିକୁ ଜବତ କରି ପୁଲିସ୍ ଥାନାକୁ ନେଇଗଲା। ଶେଷରେ ପୁଲିସ୍ ଠାରୁ ଅନୁମତି ନେଇ ବରଯାତ୍ରୀ ବିବାହ ମଣ୍ଡପରେ ପହଞ୍ଚିଲା। ବୁଧବାର ରାତିରେ ବୁର୍ଲା ଥାନା ଅଞ୍ଚଳରେ ଘଟିଥିବା ଏଭଳି କିଛି ଘଟଣା ବୁର୍ଲା ସହରରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ, ସହରର ବୋର୍ଡ କଲୋନିରୁ ଏକ ବରଯାତ୍ରୀ ପ୍ରତିଷ୍ଠା ମଣ୍ଡପ ଅଭିମୁଖେ ବାହାରିଥିଲା।କୋଭିଡ୍ କଟକଣାକୁ ଉଲ୍ଲଂଘନ କରି ବ୍ୟାଣ୍ଡପାର୍ଟି ସହ ବରଯାତ୍ରୀ ବେଶ୍ ଜାକଜମକରେ ବି ବାହାରିଥିଲା। ହେଲେ ଏନେଇ ସୂଚନା ମିଳିବା ପରେ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ବୁର୍ଲା ପୁଲିସ୍ ବରଯାତ୍ରୀକୁ ଅଟକାଇବା ସହ ବ୍ୟାଣ୍ଡପାର୍ଟିକୁ ଥାନାକୁ ନେଇ ଯାଇଥିଲା।
କୋଭିଡ୍ କଟକଣା ଉଲ୍ଲଂଘନ ଅଭିଯୋଗ, ବରଯାତ୍ରୀକୁ ଅଧାରୁ ଅଟକାଇଲା ପୁଲିସ୍
/sambad/media/post_attachments/wp-content/uploads/2020/10/covid-ad.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)