ସମ୍ବଲପୁର (ଜିତେନ୍ଦ୍ର ଦାଶ): ଆମ ବସ ଆଜି ସମ୍ବଲପୁରରେ ଜଣଙ୍କ ଜୀବନ ନେଇଛି। ରବିବାର ଅଇଁଠାପାଲି ତଳି ଛକରେ ଆମ ବସ୍ ଧକ୍କାରେ ସମ୍ବଲପୁର ପ୍ରେସ କ୍ଲବ କର୍ମଚାରୀ ନିରଞ୍ଜନ ସାହୁ (୪୮)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ନିରଞ୍ଜନଙ୍କ ପରିବାରରେ ସ୍ତ୍ରୀ ଏବଂ ୭,୫ ବର୍ଷିୟ ଦୁଇ ଜଣ ଝିଅ ଏବଂ ଜଣେ ପୁଅ ଅଛନ୍ତି। ସେ ତାଙ୍କ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି ଅଟନ୍ତି। ତେଣୁ ତାଙ୍କ ପରିବାରକୁ ଆମ ବସ ପକ୍ଷରୁ ଅନ୍ୟୁନ ୨୫ ଲକ୍ଷ ଟଙ୍କା ପ୍ରଦାନ ପାଇଁ ପ୍ରେସ କ୍ଲବ ପକ୍ଷରୁ ଦାବି କରାଯାଇଛି। ଏ ସଂକ୍ରାନ୍ତରେ ଆମ ବସ ଚାଳକଙ୍କୁ ପୁଲିସ ଅଟକ ରଖିଛି।
ସୂଚନା ଅନୁଯାୟୀ, ରବିବାର ସଂଧ୍ୟାରେ ପ୍ରେସ କ୍ଲବରୁ ବିର୍ସାମୁଣ୍ଡା ପଡ଼ିଆରେ ଚାଲିଥିବା ପୁସ୍ତକ ମେଳାକୁ ଚାଲିକି ଯାଉଥିଲେ ନିରଞ୍ଜନ। ଏହି ସମୟରେ ଅଇଁଠାପାଲି ତଳିଛକରେ ତୀବ୍ର ଗତିରେ ଆସୁଥିବା ଆମବସ୍ ତାଙ୍କୁ ପଛପଟରୁ ଧକ୍କା ଦେଇଥିଲା। ଫଳରେ ନିରଞ୍ଜନ ରାସ୍ତା ପାର୍ଶ୍ବକୁ ଛିଟକି ପଡ଼ିଥିଲେ। ସେଠାରୁ ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ନିଆଯାଇ ଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରାଯାଇ ଥିଲା। ଶବ ବ୍ୟବଚ୍ଛେଦ ପରେ ଆସନ୍ତାକାଲି ପରିବାରକୁ ମୃତ ଶରୀର ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଅଇଁଠାପାଲି ଥାନା ଆଇଆଇସି ପ୍ରଦ୍ୟୁମ୍ନ ସ୍ବାଇଁ। ଏହି ଦୁର୍ଘଟଣାକୁ ନେଇ ପ୍ରେସ କ୍ଲବସଦସ୍ୟମାନେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି।
କ୍ଲବ ସଦସ୍ୟ ଶ୍ରବଣ ପତି, ବାଦସାହା ଜୁସ୍ମନ୍ତ ରଣା, ସଞ୍ଜୟ ଜେନା, ମାନସ ନାୟକ ପ୍ରମୁଖ ଅଇଁଠାପାଲି ଥାନାରେ ପହଞ୍ଚି ପରିବାରକୁ ଅନ୍ୟୁନ ୨୫ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଦାବି କରିଛନ୍ତି। ଆରଟିଓ ରାମଦାସ ଟୁଡ଼ୁ, ଆମ ବସ କ୍ରୁଟ ସମ୍ବଲପୁର ଶାଖା ପ୍ରବନ୍ଧକ ବିଶ୍ୱଜିତ ପଣ୍ଡାଙ୍କ ସହିତ ଆଲୋଚନା କରିଛନ୍ତି। ଅନୁଗୁଳ ଜିଲ୍ଲାର ଡେଙ୍ଗାର ଅଧିବାସୀ ନିରଞ୍ଜନ ଗତ ୧୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସମ୍ବଲପୁର ପ୍ରେସକ୍ଲବର ସଦସ୍ୟଭାବେ କାର୍ଯ୍ୟରତ ଥିଲେ। ଗତ କିଛି ଦିନ ହେଲା ସମ୍ବଲପୁରରେ ଲଗାତାର ସଡ଼କ ଦୁର୍ଘଟଣାରେ ଅମୂଲ୍ୟ ଜୀବନ ଚାଲି ଯାଉଛି। ମାତ୍ର ଏହାକୁ ନେଇ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ନେଇ ଅସନ୍ତୋଷ ବ୍ୟକ୍ତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/25/ama-bus-2026-01-25-22-26-11.jpg)