ସମ୍ବଲପୁର: ମା’ ମାଟିର ହକ୍‌ ପାଇଁ ଅଞ୍ଚଳବାସୀ ଚଳାଇଥିବା ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ସମ୍ବଲପୁରରେ ଥମିବାର ନାଁ ଧରୁନି।  ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶକୁ ବି ମାନିଲେନି ଓକିଲ ସଂଘ। ସୁପ୍ରିମକୋର୍ଟଙ୍କ ଚେତାବନୀ ସତ୍ତ୍ବେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଆଜି ମଧ୍ୟ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ଦାବି ଆନ୍ଦୋଳନ ଜାରି ରଖିଛନ୍ତି।  ପିକେଟିଂ କରି ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ କରି ଦେଇଛନ୍ତି। ଉତ୍ତରାଞ୍ଚଳ ଆର୍‌ଡିସି, ଜିଲ୍ଲାପାଳ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ସମସ୍ତ ସରକାରୀ ଅଫିସ୍‌ରେ ତାଲା ଝୁଲିଛି।

Advertisment

ଏପଟେ ନେସନଲ୍‌ ମଣ୍ଡେଲା ଛକରେ ବିରୋଧ ଯୋଗୁ ଜଜ୍‌ମାନେ କଚେରୀକୁ ଯାଇ ପାରିନାହାନ୍ତି। ଜିଲ୍ଲା ଜଜ୍‌ଙ୍କ ସମେତ ସମସ୍ତ ଜଜ୍‌ମାନେ ଓକିଲଙ୍କ ତୀବ୍ର ବିରୋଧ ଯୋଗୁ ଘରକୁ ଫେରିବାକୁ ବାଧ୍ୟ ହୋଇଛନ୍ତି। ଜଜ୍‌ଙ୍କ ସୁରକ୍ଷା ପାଇଁ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଥିଲା। କିନ୍ତୁ ଓକିଲ ଓ ଜନ ସାଧାରଣ ସେମାନଙ୍କ ଜିଦ୍‌ରେ ଅଟଳ ରହି ଆନ୍ଦୋଳନ ଜାରି ରଖିଛନ୍ତି।