ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ ପାଇଁ ଯିବା ବେଳେ ୬୬ ଆମ୍ବୁଲାନସ୍‌ କର୍ମଚାରୀ ଗିରଫ

ସମ୍ବଲପୁର: ମଂଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧ ପାଇଁ ବିଜେପୁର ଯାଉଥିବା ୬୬ ଜଣ ଆମ୍ବୁଲାନସ କର୍ମଚାରୀଙ୍କୁ ସମ୍ବଲପୁର ଟାଉନ ଥାନା ପୁଲିସ୍‌ ଗିରଫ କରିଛି। ଗତ ୧୯ ଡିସେମ୍ବରରୁ ୧୦୮ ଜଣ ଆମ୍ବୁଲାନସ୍‌ କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଳାଇଛନ୍ତି। ରାଜ୍ୟ ସରକାର ସେମାନଙ୍କ ଦାବି ଶୁଣୁନଥିବାରୁ ଆନ୍ଦୋଳନ ଜାରି ରଖିଛନ୍ତି। ମଂଗଳବାର ଦିନ ସାଢ଼େ ୧୧ଟାରେ ସମ୍ବଲପୁର କଚେରି ରୋଡସ୍ଥିତ ବିଜେପି କାର୍ଯ୍ୟାଳୟ ନିକଟରେ ଏକାଠି ହୋଇ ବିଜେପୁର ଅଭିମୁଖେ ବାହାରି ଥିବା ବେଳେ ମ୍ୟୁନ୍‌ସିପାଲିଟି ଛକ ନିକଟରେ ସେମାନଙ୍କୁ ପୁଲିସ୍‌ ଅଟକାଇ ଗିରଫ କରିଥିଲା। ପୁଲିସଏହି ୬୬ ଜଣ କର୍ମଚାରୀମାନଙ୍କୁ ଧରି ନେଇ ଶାସନ ଥାନାରେ ଅଟକ ରଖିଥିଲା। ସନ୍ଧ୍ୟାରେ ସେମାନଙ୍କୁ ଛାଡ଼ି ଥିଲା।

ସମ୍ବନ୍ଧିତ ଖବର