ଯୁଯୁମୁରା: ଯୁଯୁମୁରା ଥାନା ୫୫ ନଂ ଜାତୀୟ ରାଜପଥର ହାତିବାରୀ ଆମଟୁମରି ବ୍ରିଜ ନିକଟରେ ଏକ ଆମ୍ବୁଲାନ୍ସ ଓ ବାଇକ୍କୁ ଟ୍ରକ୍ ଧକ୍କା ଦେବା ଫଳରେ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନେ ହେଲେ ରେଢ଼ାଖୋଲ କଦଳୀମୁଣ୍ଡାର ସୋନାଲିକା ନାୟକ (୧୧), ଯମୁନା ନାୟକ (୪୦), ସବିତା ପ୍ରଧାନ (୧୯), ଧନୁପାଲି ଥାନା ସୁନାପାଲିର ଏମ୍ଡି. ଇମ୍ରାନ (୨୫), ରିୟାସଦ୍ ହୁସୈନ୍ (୩୦) ଏବଂ ଆମ୍ବୁଲାନ୍ସ ଡ୍ରାଇଭର ନନ୍ଦିରାଜ ଜଗଦଲା (୩୨)। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଇମ୍ରାନ, ରିୟାସଦ ଓ ନନ୍ଦିରାଜଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଏନେଇ ବୁର୍ଲା ପୁଲିସ୍ ଏକ ମାମଲା ରୁଜୁ କରିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ୩ଟିକୁ ଜବତ କରିଛି।
ଶୁକ୍ରବାର ଦିନ ଅଢ଼େଇଟା ସମୟରେ ବୌଦ୍ଧ ପଟରୁ ଫେରୁଥିବା ୧୦୮ ଆମ୍ବୁଲାନ୍ସ (ଓଡି ୦୨ଏନ୍ ୫୪୪୩) ରେଢ଼ାଖୋଲରୁ ଜଣେ ରୋଗୀ ଓ ତାଙ୍କର ୨ ସମ୍ପର୍କୀୟଙ୍କୁ ନେଇ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ବେଳେ ସମ୍ବଲପୁର ସିଟି ଷ୍ଟେସନରୁ କଟକ ମାଧୋପୁରକୁ ସିମେଣ୍ଟ ନେଇ ଯାଉଥିବା (ଓଡି ୧୫ ଏପ୍ ୪୨୬୬) ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଘଟଣାରେ ଆମ୍ବୁଲାନ୍ସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦୁର୍ଘଟଣା ପରେ ଡ୍ରାଇଭର ନନ୍ଦିରାଜ, ଟିବି ଓ ଟାଇଫଏଡ ରୋଗୀ ସୋନାଲିକା ନାୟକ(୧୧), ତାଙ୍କ ମା’ ଯମୁନା ଏବଂ ମାଉସୀ ସବିତା ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଦୁର୍ଘଟଣାଟି ଏତେ ତୀବ୍ର ଥିଲା ଯେ ଆମ୍ବୁଲାନ୍ସ ସହ ଧକ୍କା ହେବା ପରେ ଟ୍ରକ୍ର ଷ୍ଟିଅରିଂ ରଡ୍ ମଧ୍ୟ ଛିଣ୍ଡି ଯାଇଥିଲା। ଫଳରେ ଟ୍ରକ୍ଟି ଭାରସାମ୍ୟ ହରାଇ ରେଢ଼ାଖୋଲରୁ ଏକ ବାଇକ୍ରେ ସମ୍ବଲପୁର ଆସୁଥିବା ଏମ୍ଡି. ଇମ୍ରାନ ଓ ରିୟାସଦ୍ ହୁସୈନ୍ଙ୍କୁ ଧକ୍କା ଦେଇ କିଛି ଦୂର ଟାଣି ନେଇଥିଲା। ଉକ୍ତ ସମୟରେ ଯୁଯୁମୁରା ଦେବଝରନ ବିକାଶ ମଞ୍ଚର ଆବାହକ ତଥା ସମାଜସେବୀ ଅରୁଣ ଦେହୁରୀ ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ ୫ ଜଣ ଆହତଙ୍କୁ ଉଦ୍ଧାର କରି ନିଜ ବଲେରୋ ଗାଡ଼ିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ।
ଆମ୍ବୁଲାନ୍ସ ଓ ବାଇକ୍କୁ ଧକ୍କା ଦେଲା ଟ୍ରକ୍, ୬ ଗୁରୁତର
/sambad/media/post_attachments/wp-content/uploads/2019/06/sbp29.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)