ସମ୍ବଲପୁର: ସମ୍ବଲପୁର ସଦର ଥାନା ଗେଙ୍ଗୁଟିପାଲିର ଆଶିଷ ଓରାମ ନାମକ ଜଣେ ବ୍ୟକ୍ତି ସାଇବର୍ ଠକେଇର ଶିକାର ହୋଇଛନ୍ତି। ଗତ ଏପ୍ରିଲ୍ ୨୬ ତାରିଖ ଦିନ ତାଙ୍କ ଫେସ୍ବୁକ୍ ଆକାଉଣ୍ଟକୁ କେହି ଜଣେ ହ୍ୟାକ୍ କରି ଦେଇଥିଲା। କିନ୍ତୁ ସେ ତାଙ୍କ ଆକାଉଣ୍ଟ ରିକୋଭର କରି ଦେଇଥିଲେ ଏବଂ ତାଙ୍କ ମେଲ୍ ଆଇଡି ସହ ଯୋଡ଼ିଥିଲେ। ଗତ ମେ’ ୧୯ ତାରିଖ ଦିନ ଫୋନ୍ ପେ’ ମାଧ୍ୟମରେ ହଠାତ୍ ତାଙ୍କ ଆକାଉଣ୍ଟରୁ ୬ ହଜାର ଟଙ୍କା ଏବଂ ୨୧ ତାରିଖ ଦିନ ୫ ହଜାର ଟଙ୍କା କାଟି ନେଇଥିଲା ସାଇବର୍ ଠକ। ଠକେଇ ହୋଇଥିବା ଜାଣିବା ପରେ ସେ ରବିବାର ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପୁଣି ଜଣେ ସାଇବର୍ ଠକେଇର ଶିକାର; ଫେସ୍ବୁକ୍ ହ୍ୟାକ୍ ପରେ ଆକାଉଣ୍ଟରୁ କଟିଲା ୧୧ ହଜାର ଟଙ୍କା
/sambad/media/post_attachments/wp-content/uploads/2022/05/crime.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)