ବିଜେଡି ଛାଡ଼ୁନି: ଅନୁପ ସାଏ

ସମ୍ବଲପୁର : ବିଜେଡି ଛାଡ଼ି କଂଗ୍ରେସକୁ ଫେରିବା ନେଇ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ପ୍ରକାଶିତ ଖବରକୁୁ ଭିତ୍ତିହୀନ ବୋଲି କହିଛନ୍ତି ବ୍ରଜରାଜନଗରର ପୂର୍ବତନ ବିଧାୟକ ତଥା ରାଜ୍ୟ ଉଠାଜଳସେଚନ ନିଗମର ପୂର୍ବତନ ଅଧ୍ୟକ୍ଷ ଅନୁପ ସାଏ। ଏନେଇ ‘ସମ୍ବାଦ’ ପକ୍ଷରୁ ତାଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ କେବଳ ଗୋଟିଏ ଦଳ ହିଁ ଓଡ଼ିଶାର ତଥା ଝାରସୁଗୁଡ଼ା ଜିଲ୍ଲାବାସୀଙ୍କ ବିକାଶ କରିପାରିବ ଓ ସେ ଦଳ ହେଉଛି ନବୀନବାବୁଙ୍କ ବିଜେଡି। ତାଙ୍କୁ ବିଜେଡିରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି; ଯାହାକି ସୁଖାସୋଡ଼ାରୁ ଆରମ୍ଭ ହୋଇଥିବା ମହାନଦୀ ମହାସଂଗ୍ରାମ ଯାତ୍ରାରୁ ସ୍ପଷ୍ଟ ହୋଇଯାଇଛି। ସେ ବିଜେଡି ଛାଡ଼ି ଅନ୍ୟ କେଉଁ ଦଳକୁ ଫେରିବାର ପ୍ରଶ୍ନ ଉଠୁନାହିଁ।

ସମ୍ବନ୍ଧିତ ଖବର