ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲା: ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀଙ୍କୁ ୭ ବର୍ଷ ଜେଲ ଦଣ୍ଡ

ଆବେଦନକାରୀଙ୍କୁ ୨ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ

ସମ୍ବଲପୁର: ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ଗ୍ରୁପ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ସମ୍ବଲପୁର ସିଜେଏମ୍‌ ମନେସ ରଞ୍ଜନ ପଣ୍ଡାଙ୍କ କୋର୍ଟ ବୁଧବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ସିଜେଏମ୍‌ କୋର୍ଟରେ ପ୍ରଦୀପଙ୍କୁ ୭ବର୍ଷ ଜେଲ ଦଣ୍ଡ ହୋଇଥିବା ବେଳେ ଆବେଦନକାରୀଙ୍କୁ ୨ଲକ୍ଷ ଟଙ୍କା ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରଘୁମଣି ଦାସଙ୍କ ଅଭିଯୋଗ କ୍ରମେ କୋର୍ଟ ଶୁଣାଣି କରିଛନ୍ତି। ଭାରତୀୟ ଦଣ୍ଡ ସଂହିତା ଧାରା ୪୨୦ ଓ ୧୨୦ ଅନୁସାରେ ୫ବର୍ଷ ଜେଲଦଣ୍ଡ ଓ ସେକ୍ସନ-୪ ପିସିଏମଏସ ଅନୁସାରେ ୨ବର୍ଷ ଜେଲଦଣ୍ଡ ହୋଇଛି।

ସମ୍ବନ୍ଧିତ ଖବର