ବୁର୍ଲା: ଆଜି ସକାଳେ ସମ୍ବଲପୁର ଜିଲ୍ଲାର ବୁର୍ଲାର ନେତାଜୀ ଛକରେ ଭିମସାରର ଦୁଇ ସଫେଇ କର୍ମଚାରୀ ମନୋଜ ରାଉଳ ଓ ଦୀନବନ୍ଧୁ ଡୁଙ୍ଗୁରିଙ୍କୁ ଟାଙ୍ଗିଆରେ ଆକ୍ରମଣ କରାଯାଇଛିl ସେମାନଙ୍କୁ ଗୁରୁତର ଅବସ୍ଥାରେ ଭୀମସାରରେ ଭର୍ତ୍ତି କରାଯାଇଛିl

Advertisment

୫ ଦଫା ଦାବି ନେଇ ଝାଡ଼ୁଛାଡ଼ ଆନ୍ଦୋଳନର ନେତୃତ୍ୱ ନେଉଥିବା ବାଲ୍ମିକୀ ସମାଜର ମନୋଜ ସମ୍ପାଦକ ଓ ଦୀନବନ୍ଧୁ କୋଷାଧ୍ୟକ୍ଷ ଅଛନ୍ତିl ଗତକାଲି ଠିକା ସଂସ୍ଥାର ମାଲିକ ଓ ଅନ୍ୟ କେତେକ ଲୋକ ବାଲ୍ମିକୀ ସମାଜର ସଭାପତି ସୁଶୀଲ ବନଛୋରଙ୍କୁ ଧମକଚମକ ଦେଇଥିଲେl ଏ ନେଇ ବୁର୍ଲା ଥାନାରେ ଗତକାଲି ଏତଲା ଦିଆଯାଇଥିଲାl