ସମ୍ବଲପୁର: ବୁଧବାର ଅପରାହ୍ଣ ୫ଟାରେ କ୍ଷେତରାଜପୁରରେ ଏକ ଅଭବାନୀୟ ଘଟଣା ଘଟିଛି। କାର୍ଯ୍ୟରତ ଜଣେ ମହିଳା କନଷ୍ଟେବଳ ତୁଲସୀ ସେଠ ଓ ହାବିଲଦାର ଲଳିତ ମୋହନ ସାହୁଙ୍କୁ ୩ ଜଣ ଯୁବକ ଆକ୍ରମଣ କରିଥିଲେ। ଘଟଣା ସଂକ୍ରାନ୍ତରେ କ୍ଷେତରାପୁର ଥାନା ପୁଲିସ ତାଲଭଟ୍ଟାପଡ଼ାର ବାବୁଲୁ ବିଭାର ଓ କୁମ୍ଭାରପଡ଼ାର ମନୋଜ ରଣାଙ୍କୁ ଗିରଫ କରିଛି।
କ୍ଷେତରାଜପୁର ଲେବଲ କ୍ରସିଂ ନିକଟରେ ଏହି ଦୁଇ ଜଣ ପୁଲିସ କର୍ମଚାରୀ ଡ୍ୟୁଟିରେ ଥିଲେ। ଲେବଲ କ୍ରସିଂ ଗେଟ୍ ଖୋଲିବା ବେଳେ ଯାତାୟତ ଆରମ୍ଭ ହୋଇଥିଲା। ଠିକ୍ ଏହି ସମୟରେ ତାଲଭଟ୍ଟାପଡ଼ାର ବାବୁଲୁ ବିଭାର, କୁମ୍ଭାରପଡ଼ାର ମନୋଜ ରଣା ଓ ରେମେଡର ପିଣ୍ଟୁ ସେଠାରେ ପହଂଚି ରାସ୍ତା ମଝାମଝି ବାଇକ୍(ଓଆର୍୧୫ଏନ୍-୯୯୭୮) ରଖି ଦେଇଥିଲେ। ତୁଳସୀ ରାସ୍ତା ଉପରୁ ସେମାନଙ୍କୁ ବାଇକ୍ ହଟାଇବାକୁ କହିବାରୁ ପାଲଟା ତାଙ୍କୁ ଗାଳିଗୁଲଜ କରିଥିଲେ। ଅଳ୍ପ ଦୂରରେ ଥିବା ହାବିଲଦାର ଦୌଡ଼ି ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ। କେବଳ ସେତିକି ନୁହେଁ, ଉଭୟଙ୍କୁ ଧସ୍ତାଧସ୍ତି କରିବାକୁ ବି ପଛାଇ ନଥିଲେ। ଘଟଣା ସଂକ୍ରାନ୍ତରେ ଖବର ପାଇ କ୍ଷେତରାଜପୁର ଥାନା ପୁଲିସ ସେଠାରେ ପହଂଚିବାରୁ ସେମାନେ ଫେରାର ହୋଇଯାଇଥିଲେ। ପରେ ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଗିରଫ କରାଯାଇଥିଲା।
ପୁଲିସ କର୍ମଚାରୀଙ୍କୁ ଆକ୍ରମଣ, ୨ ଗିରଫ
/sambad/media/post_attachments/wp-content/uploads/2018/08/sbp-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)