ବାଳିକାକୁ ଦୁଷ୍କର୍ମ ଉଦ୍ୟମ ଘଟଣା:ଅଭିଯୁକ୍ତ ଗିରଫ

ବୁର୍ଲା: ବୁର୍ଲାର ଏକ ଆଶ୍ରମରେ ରହୁଥିବା ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ଗୁରୁବାର ପୁଲିସ୍‍ ବିଜୁଲିନଗରର କୁଲ୍‍ହିଆ(୨୨)କୁ ଗିରଫ କରିଛି। ପୀଡ଼ିତାଙ୍କ ପିତା ବୁର୍ଲା ଥାନାରେ ଗୁରୁବାର ଲିଖିତ ଅଭିଯୋଗ କରିବା ପରେ ଥାନାଧିକାରୀ ମାନସ ରଂଜନ ପ୍ରଧାନ ବାଳିକାଠାରୁ ସଂପୂର୍ଣ୍ଣ ଘଟଣା ବିଷୟରେ ପଚାରି ବୁଝିଥିଲେ। ବାଳିକାଟିର ବୟାନକ୍ରମେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଏନେଇ ଥାନାରେ କେସ୍‍ ନଂ ୨୧୮/୧୮ ଏକ ମାମଲା ରୁଜୁ ହୋଇଥିବା ବେଳେ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ବୋଲି ତଦନ୍ତ ଅଧିକାରୀ ଏସ୍‍ଆଇ ପୁଷ୍ପା କିଷାନ କହିଛନ୍ତି।

ସମ୍ବନ୍ଧିତ ଖବର