ବାଉଁଶ ପଶି ରଙ୍ଗ ମିସ୍ତ୍ରି ଗୁରୁତର

0

ସମ୍ବଲପୁର: ରବିବାର କାର୍ଯ୍ୟରତ ଅବସ୍ଥାରେ ବାଉଁଶ ପଶି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍‌ ଲସ୍ତଲାର ରଙ୍ଗ ମିସ୍ତ୍ରି ପଞ୍ଚାନନ ପ୍ରଧାନ (୨୮) ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ କଟକ ସ୍ଥାନାନ୍ତର କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ପଞ୍ଚାନନ ଆଜି ଅପରାହ୍‌ଣ ପ୍ରାୟ ୫ଟା ବେଳେ ନିଜ ଘରେ ରଙ୍ଗ ମାରୁଥିବା ବେଳେ ହଠାତ୍‌ ଗୋଡ଼ ଖସିଯିବାରୁ ସେ ଖସି ପଡ଼ିଥିଲେ। ଏହି ସମୟରେ ତଳେ ଥିବା ଏକ ବାଉଁଶ ତାଙ୍କ ପିଠି ପଟେ ପଶିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆବଶ୍ୟକ ପରୀକ୍ଷା ପରେ ବାଉଁଶର ଅଗଟି ପ୍ରାୟ ହୃତ୍‌ପିଣ୍ଡ ପାଖାପାଖି ପହଞ୍ଚି ଯାଇଥିବା ଡାକ୍ତରମାନେ ଜାଣିବାକୁ ପାଇଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଆଶୁ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର