ରେଢ଼ାଖୋଲରେ ୧୨ ଘଣ୍ଟିଆ ବନ୍ଦ ପାଳନ: ଜାତୀୟ ରାଜପଥରେ ଅଟକିଛି ଶହଶହ ଯାନବାହାନ

ରେଢ଼ାଖୋଲ: ରେଢ଼ାଖୋଲରେ ଆଜି ନାଗରିକ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।  ୫୫ ନମ୍ବର ଜାତୀୟ ରାଜପଥ ଶୀଘ୍ର ମରାମତି ଓ ନୂତନ ରାସ୍ତା କାର୍ଯ୍ୟ ଶୀଘ୍ର ନିର୍ମାଣ ଦାବି ନେଇ ଏହି ବନ୍ଦ ପାଳନ ଚାଲିଛି। ଆଜି ବନ୍ଦ ଯୋଗୁଁ ରାସ୍ତାଘାଟ, ଦୋକାନ, ବଜାର ସ୍କୁଲ କଲେଜ ଓ ଅଫିସ ସବୁକିଛି ବନ୍ଦ ରହିଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି।

ଏହି ବନ୍ଦ ଯୋଗୁଁ ଜାତୀୟ ରାଜପଥରେ ଶହଶହ ଯାନବାହାନ ଅଟକି ରହିଛି।  ଏନ ଏଚ ଏ ଆଇ କର୍ତ୍ତୃପକ୍ଷ ପହଞ୍ଚି ନାଗରିକ କମିଟି ସହିତ କଥବାର୍ତ୍ତା ଜାରି ରଖିଥିବାର ସୂଚନା ମିଳିଛି।

ସମ୍ବନ୍ଧିତ ଖବର