ସମ୍ବଲପୁର: ସମ୍ବଲପୁରରେ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଭକ୍ତ ଜାଗରଣ ଜନସମ୍ପର୍କ ଯାତ୍ରା ଆରମ୍ଭ ହୋଇଛି। ଶ୍ରୀମନ୍ଦିର ୪ ଦୁଆର ଓ ରତ୍ନଭଣ୍ଡାର ଖୋଲିବା ଦାବି କରି ଶ୍ରୀଜଗନ୍ନାଥ ସେନାର ଭକ୍ତ ଜାଗରଣ ଜନସଂପର୍କ ଯାତ୍ରା ସମ୍ବଲପୁର ଝାଡୁଆପଡ଼ାସ୍ଥିତ ଜଗନ୍ନାଥ ମନ୍ଦିରରୁ ଆରମ୍ଭ ହୋଇଛି।

Advertisment

ଗତ ୪ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପରି ନେଇଛି ଯେ ରତ୍ନଭଣ୍ଡାରର କେବଳ ଲେଜର ସ୍କାନିଂ ହେବ। କିନ୍ତୁ ରତ୍ନ ଗଣତି  ହେବ ନାହିଁ। ପରିଚାଳନା କମିଟିର ଏହି ନିଷ୍ପତ୍ତିକୁ ଶ୍ରୀ ଜଗନ୍ନାଥ ସେନା ତୀବ୍ର ବିରୋଧ କରୁଛି। ସେନା ଦାବି କରିଛି, ଏହା ହେଉଛି ପ୍ରଶାସନର କୂଟନୀତି।  ଗଞ୍ଜାମ, ଖୋର୍ଦ୍ଧା, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରେ ସେନା ଏହି ଜନସଂପର୍କ କାର୍ଯ୍ୟକ୍ରମ କରିବା ପରେ ଏବେ ବୀର ମାଟି ସମ୍ବଲପୁରରେ ପହଞ୍ଚିଛି। ଆଗମୀ ଦିନରେ ଏହି କାର୍ଯ୍ୟକ୍ରମ ସମଗ୍ର ରାଜ୍ୟରେ ଜାରି ରହିବ ବୋଲି ଶ୍ରୀଜଗନ୍ନାଥ ସେନାର କେନ୍ଦ୍ରୀୟ ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ସୂଚନା ଦେଇଛନ୍ତି।

publive-image

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏହି ଦୁଇ ଦାବି(ଶ୍ରୀମନ୍ଦିର ଚାରି ଦୁଆର ଖୋଲିବା ଓ ରତ୍ନ ଭଣ୍ଡାର ଖୋଲିବା)କୁ ନେଇ ଗତ ଅକ୍ଟୋବର ୩ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। କିନ୍ତୁ ଚାରି ଦୁଆର ଖୋଲିବା ଓ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟ ଓ ରାଜ୍ୟ ସରକାର ହସ୍ତକ୍ଷେପ କରି ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ୨ ମାସ ମଧ୍ୟରେ ଶେଷ କରି ଚାରି ଦୁଆର ଖୋଲିବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ତେବେ ପ୍ରକଳ୍ପ ଶେଷ ପରେ ଯଦି ଚାରି ଦୁଆର ଖୋଲାନଯାଏ ତେବେ ଓଡ଼ିଶା ବନ୍ଦ ଡାକରା ଦିଆଯିବ।