ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଯୁଯୁମୁରା ଥାନା ଲାଇକେରାବାହାଲ ଛକ ନିକଟରେ ଶୁକ୍ରବାର ଦିନ ପ୍ରାୟ ସାଢେ଼ ୧୧ଟା ବେଳେ ଦୁଇ ବାଇକ୍ ମଧ୍ୟରେ ମୁହାମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଦେବଗଡ ଜିଲ୍ଲା ରିଆମାଳ ଥାନା ତୁଙ୍ଗାପାଲର ବାବୁଲା ଦାଶ (୪୨)। ପୁଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ଉପଖଣ୍ଡ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଇଛି।
ଆହତ ହେଲେ ଘିସୁରିଆବାହାଲର ଭବାନୀ ଶଙ୍କର ବେହେରା (୩୨) ଓ ଲାଇକେରାବାହାଲର ମିଶ୍ର ସାହୁ(୩୩)। ଆହତ ଦ୍ୱୟଙ୍କୁ ଉଦ୍ଧାର କରି ସମ୍ବଲପୁର ଜିଲ୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।
ଯୁଯୁମୁରା: ଦୁଇ ବାଇକ୍ ମୁହାମୁହିଁ ଧକ୍କା; ଘଟଣାସ୍ଥଳରେ ବାଇକ ଆରୋହୀ ମୃତ
/sambad/media/post_attachments/wp-content/uploads/2022/06/Accident_Thumbnail.jpg)
/sambad/media/agency_attachments/2024-07-24t043029592z-sambad-original.webp)