ସମ୍ବଲପୁର: ବାଇକ୍ ଚୋର ଧରିବାରେ କ୍ଷେତରାଜପୁର ଥାନା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଗତ ୧୩ ତାରିଖ ରାତି ୧୧ଟା୪୦ରେ ସମ୍ବଲପୁର ରେଳଷ୍ଟେସନ ପରିସରରୁ କୁମ୍ଭାରପଡ଼ାର ବାବଲୁ ମେହେରଙ୍କ ସ୍ପ୍ଲେଣ୍ଡର ପ୍ଲସ ବାଇକ୍(ଓଡି୨୩ଡି-୮୯୦୪) ଚୋରି ହୋଇଯାଇଥିଲା। ଏହି ମାମଲାର ତଦନ୍ତ ବେଳେ ପୁଲିସ ସନ୍ଦେହରେ ଜଣେ ନାବାଳକକୁ ପଚରାଉଚରା କରିଥିଲେ। ନାବାଳକ ଜଣକ ଦୋଷ ସ୍ୱୀକାର କରିିବା ସହିତ ଚୋରି ବାଇକ୍ ଦେଇଥିଲା। କେବଳ ସେତିକି ନୁହେଁ, ସେ ଗୋଟିଏ ଗ୍ଲାମର, ଗୋଟିଏ ହିରୋହୋଣ୍ଡା ସିଡି ଡିଲକ୍ସ, ଗୋଟିଏ ବଜାଜ୍ ଚେତକ ବାଇକ୍ ମଧ୍ୟ ପୁଲିସ ତା’ଠାରୁ ଉଦ୍ଧାର କରିଥିଲା। ଉଦ୍ଧାର ବାଇକ୍ଗୁଡ଼ିକ ଗାଡ଼ି ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଥିବା କ୍ଷେତରାଜପୁର ଥାନା ଅଧିକାରୀ ଯୋଗେଶ ପଣ୍ଡା ସୂଚନା ଦେଇଛନ୍ତି।
୪ ବାଇକ୍ ଉଦ୍ଧାର, ପୁଲିସ୍ କବ୍ଜାରେ ନାବାଳକ
/sambad/media/post_attachments/wp-content/uploads/2018/01/sbp-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)