ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଲୁକାପାଲି ସ୍ଥିତ ଭଡ଼ା ଘରୁ ଜଣେ କନିଷ୍ଠ କିରାଣିଙ୍କ ମୃତଦେହ ମିଳିଛି। ମୃତକ ନାକଟିଦେଉଳ ତହସିଲ ଅଫିସରେ କାର୍ଯ୍ୟ କରୁଥିବା ଜଣାଯାଇଛି। ତାଙ୍କ ନାଆଁ କ୍ଷୀରୋଦ ବଳ ବୋଲି ସୂଚନା ରହିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।
ସୂଚନା ଅନୁଯାୟୀ, କ୍ଷୀରୋଦଙ୍କ ପରିବାର ଲୋକେ ସମ୍ବଲପୁରରେ ରହୁଥିଲେ। ସେ ଲୁକାପାଲିରେ ଘର ଭଡ଼ା ନେଇ ରହୁଥିଲେ। ତାଙ୍କ ମୃତଦେହ ଘର ଭିତରେ ପଡ଼ିଥିଲା। ସକାଳେ ପଡ଼ୋଶୀମାନେ ଏନେଇ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ପହଞ୍ଚି ସ୍ଥିତି ଘଟଣାର ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କ୍ଷୀରୋଦଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/rai.jpg)