ସମ୍ବଲପୁର: ଅଜଣା ଗାଡ଼ି ଧକ୍କାରେ ଜଣେ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି। ମୃତ କନଷ୍ଟେବଳ ଜଣକ ହେଉଛନ୍ତି ଯୁଯୁମୁରା ଅଞ୍ଚଳର ବେଣୁଧର ଗନିଖ(୨୨)। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ରାତିରେ ବେଣୁଧର ତାଙ୍କ ବାଇକ୍ରେ ଘରକୁ ଫେରୁଥିଲେ। କୌଣସି ଏକ ଗାଡ଼ି ତାଙ୍କୁ ରେଙ୍ଗାଲି ନିକଟରେ ଧକ୍କା ଦେଇଥିଲା। ରାସ୍ତାକଡ଼ରେ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ପୁଲିସ ସହାୟତାରେ ଉଦ୍ଧାର କରି ବୁର୍ଲା ବଡ଼ ଡାକ୍ତରଖାନାକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ଭୋର୍ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ବେଣୁଧର ଡିଭିଏଫ୍ରେ କାର୍ଯ୍ୟରତ ଥିଲେ।
ଅଜଣା ଗାଡ଼ି ଧକ୍କାରେ କନେଷ୍ଟବଳ ମୃତ
/sambad/media/post_attachments/wp-content/uploads/2023/06/31-11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)