ସମ୍ବଲପୁର: ମହାବିଷୁବ ପଣା ସଂକ୍ରାନ୍ତିରେ ସମ୍ବଲପୁର ଜିଲ୍ଲାରେ ଏକ ଅଘଟଣ ଘଟିଯାଇଛି। ଜିଲ୍ଳାର ଯୁଯୁମୁରା ବ୍ଲକ ଅନ୍ତର୍ଗତ ଘେନୁପାଲି ପଞ୍ଚାୟତର ସ୍ୱର୍ଗପାଲି ଗ୍ରାମରେ ଜଣେ ଦମ୍ପତି ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ଦମ୍ପତିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେଇଥିଲେ। ଖବର ପାଇଁ ସଦର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଶରୀର ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲା। ଏହି ଘଟଣାର ଏବେ ତଦନ୍ତ ଜାରି ରହିଛି।
ଉଲ୍ଲେଖଯୋଗ୍ୟ, ଆତ୍ମହତ୍ୟା କରିଥିବା ଦମ୍ପତି ହେଲେ ରାଜକୁମାର ଭୋଇ ଏବଂ ତାଙ୍କ ପତ୍ନୀ ଡିଲେଶ୍ୱରୀ ଭୋଇ। ସେମାନଙ୍କର ଜଣେ ବିଧବା ମାଆ, ୪ ବର୍ଷ ଏବଂ ୧ ବର୍ଷର ଦୁଇଟି ସନ୍ତାନ ଅଛନ୍ତି। ଶନିବାର ଦମ୍ପତି ନିଜ ଘରେ ଗାମୁଛା ଲଗାଇ ଝୁଲୁଥିବା ଅବସ୍ଥାରେ ହଠାତ ଦେଖିବାକୁ ମିଳିଥିଲେ। ମାତ୍ର ସେମାନେ କାହିଁକି ଏପରି କରିଛନ୍ତି ତାହାର କାରଣ ଏଯାବତ୍ ଅସ୍ପଷ୍ଟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/12-3.jpg)