ଯୁଯୁମୁରା ବ୍ଲକର କେତେକ ଗାଁ ଓ ମହାନଗର ନିଗମର ହୀରାକୁଦ ସହରର କିଛି ଅଂଚଳ ମାଇକ୍ରୋ କଂଟେନମେଂଟ ଜୋନ ଘୋଷିତ

ଯୁଯୁମୁରା: ସମ୍ବଲପୁର ଜିଲ୍ଲାର ଯୁଯୁମୁରା ବ୍ଲକର କିଛି ଗାଁ ଓ ମହାନଗର ନିଗମର ହୀରାକୁଦ ସହରର କିଛି ଅଂଚଳ ମାଇକ୍ରୋ କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ଏହି ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ । ଯୁଯୁମୁରା ପଂଚାୟତ ଯୁଯୁମୁରା ଗାଁ ମାଇକ୍ରୋକଂଟେନମେଂଟ ଘୋଷଣା କରାଯାଇଥିଲା ବେଳେ ଭିଏସଏସ କଲୋନୀ, ମିର୍ଦ୍ଧାପଡ଼ା, ଚମାରପଡ଼ା, ହରିଜନପଡ଼ା ଓ ଦୁର୍ଗାମଣ୍ଡପ ଅଂଚଳ ବୋଫର ଜୋନରେ ରହିଛି ।

ସେହିପରି ଡଙ୍ଗାପାଳ ପଂଚାୟତର ଡ଼ଙ୍ଗାପାଳ ଗାଁ ମାଇକ୍ରୋ କଂଟେନମେଂଟ ଜୋନ ଘୋଷଣା ହୋଇଥିବା ବେଳେ ଝରନପଡ଼ା ଓ ବାହାଡାପଡାକୁ ବୋଫରଜୋନ ଘୋଷଣା କରାଯାଇଛି । ସେହିପରି ମହାନଗର ନିଗମ ୱାର୍ଡ ନମ୍ବର ୧୦ର ହୀରାକୁଦର ହିଣ୍ଡାଲକୋ କଲୋନୀର ଇ ଟୁ ବ୍ଲକକୁ ମାଇକ୍ରୋକଂଟେନମେଂଟ ଜୋନ ଘୋଷଣା କରଯାଇଛି । ଏହା ସହ ଏସଡିଓ କଲୋନୀ, ହସ୍ପିଟାଲ, ଜି ଫୋର ବ୍ଲକକୁ ବୋଫର ଜୋନ ଘୋଷଣା କରାଯାଇଛି ।

ସମ୍ବନ୍ଧିତ ଖବର