ସମ୍ବଲପୁର: କୂଅରୁ ହାତୀ ଓ ହାତୀଛୁଆ ଉଦ୍ଧାର

ସମ୍ବଲପୁର: ରବିବାର ସକାଳେ ଜୁଜୁମୁରା ବ୍ଲକ୍‌ ଅଞ୍ଚଳର ହାତୀବାରି ଶୀତଳ ଭଣ୍ଡାର ନିକଟରେ ଥିବା ଏକ କୂଅରୁ ଗୋଟାଏ ବଣୁଆ ହାତୀ ଓ ତା’ର ଛୁଆକୁ ଉଦ୍ଧାର କରାଯାଇଛି।

ମାଆ ଓ ଛୁଆ ହାତୀ ଶନିବାର ରାତିରେ କୌଣସି କାରଣରୁ ସେ କୂଅରେ ପଡ଼ିଯାଇଥିଲେ। ଆଜି ସକାଳୁ ବନବିଭାଗ କର୍ମଚାରୀମାନେ ଦୀର୍ଘ ତିନିଘଣ୍ଟା ଉଦ୍ୟମ କରିବା ପରେ ଉଭୟଙ୍କୁ ନିରାପଦରେ ଉଦ୍ଧାର କରିଥିଲେ।

କୂଅରୁ ଉଠି ପଳାଇ ଯିବା ବେଳେ ହାତୀଟି ବାଟରେ ଥିବା ଦୁଇଟି ମଟରସାଇକେଲ୍‌ ଓ ପାଞ୍ଚଟି ସାଇକେଲ୍‌କୁ ମାଡ଼ିମକଚି ଦେଇଛି।

ସମ୍ବନ୍ଧିତ ଖବର