ସମ୍ବଲପୁର: ଚିପିଲିମା ପାଓ୍ଵାର ଚାନେଲରେ ଭାସୁଛି ୨ଜଣ ନବଜାତ ଶିଶୁଙ୍କ ମୃତଦେହ

ସମ୍ବଲପୁର: ଚିପିଲିମା ପାଓ୍ଵାର ଚାନେଲରେ ଶୁକ୍ରବାର ୨ଜଣ ନବଜାତ ଶିଶୁଙ୍କର ମୃତଦେହ ଭାସୁଥିବା .ଦେଖିବାକୁ ମିଳିଛି।  ବିଶ୍ୱର ଦୀର୍ଘତମ ନଦୀବନ୍ଧ ‘ହୀରାକୁଦ ବନ୍ଧ’ ତଳ ଭାଗରେ ଥିବା ଚିପିଲିମା ପାଓ୍ଵାର ଚାନେଲରେ ଥିବା ଦଳ ଭିତରେ ଭାସୁଥିବା ୨ ଶିଶୁଙ୍କର ଶବକୁ କିଛି ପର୍ଯ୍ୟଟକ ପ୍ରଥମେ ଦେଖିଥିଲେ। ସମ୍ବଲପୁର ଜିଲ୍ଲାର ଅନ୍ୟତମ ଅଧିଷ୍ଠାତ୍ରୀ ଦେବୀ ‘ମାଁ ଘଣ୍ଟେଶ୍ୱରୀ’ଙ୍କ ଦର୍ଶନରେ ଯାଇଥିବା କିଛି ପର୍ଯ୍ୟଟକ ନବଜାତ ଶିଶୁ ଦ୍ୱୟଙ୍କର ମୃତଦେହ ଭାସୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମାଁ ଘଣ୍ଟେଶ୍ୱରୀଙ୍କ ପୀଠକୁ ଯିବାକୁ ହେଲେ ପାଓ୍ଵାର ଚାନେଲ ପାର୍ଶ୍ୱରେ ଥିବା ସଂକୀର୍ଣ୍ଣ ପୋଲ ଦେଇ ଯିବାକୁ ପଡ଼ିଥାଏ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।

ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ପୁଲିସ ପହଞ୍ଚି ନ ଥିବା ବେଳେ ଦିନ ତମାମ ନବଜାତ ଶିଶୁ ଦ୍ୱୟ ପାଣିରେ ଭାସିବା ନେଇ ଯୋରଦାର ଆଲୋଚନା ହେଉଛି। ଲୋକମାନଙ୍କ କହିବା ଅନୁସାରେ ବୁର୍ଲା ବଡମେଡ଼ିକାଲରେ ମରି ଯାଇଥିବା ନବଜାତକୁ କେହି କେନାଲରେ ଭସାଇ ଦେଇଥାଇ ପାରେ। ସେହିପରି ଅବୈଧ ପ୍ରଣୟରୁ ଜନ୍ମଲାଭ କରିଥିବାରୁ କୌଣସି ଅବିବାହିତା ଯୁବତୀ ମଧ୍ୟ ପିଲା ଦ୍ୱୟଙ୍କୁ ପାଣିରେ ଭସାଇ ଦେଇ ଥାଇ ପାରେ ବୋଲି କିଛି ଲୋକ ସନ୍ଦେହ କରୁଛନ୍ତି।

ସମ୍ବନ୍ଧିତ ଖବର