ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଥାନା ଥାପାପଡ଼ା ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ମିଳିଛି। ସେ ହେଲେ ଲିପିଣ୍ଡା
ଗ୍ରାମର ଶଙ୍କର ପ୍ରଧାନ (୩୪)।
ଶୁକ୍ରବାର ରାତି ପ୍ରାୟ ଆଠଟା ବେଳେ ଘରୁ ବାହାରି ଯାଇଥିଲେ, ହେଲେ ଆଉ ଘରକୁ ଫେରି ନଥିଲେ। ଏନେଇ ଶନିବାର ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/859e215b-4df9-4186-8cd7-a8eb0ad34fe5.jpg)