କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ କୁଚିଣ୍ଡା-କୁସମୀ ରାସ୍ତା ଲଇଡାଗୁନା ଜଙ୍ଗଲ ରାସ୍ତା ନିକଟରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ଜଣେ ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି କୁଚିଣ୍ଡା ପୁଲିସ।

Advertisment

ସୂଚନା ଅନୁଯାୟୀ, କୁଚିଣ୍ଡା-କୁସମୀ ରାସ୍ତା ଲଇଡାଗୁନା ଜଙ୍ଗଲ ରାସ୍ତାର ୫୦ଫୁଟ ଭିତରୁ ଜଣେ ବ୍ୟକ୍ତିଙ୍କ ପଚିବାକୁ ବସିଥିବା ମୃତଦେହ ଓ ନିକଟରେ ଜଣେ ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି କୁଚିଣ୍ଡା ପୁଲିସ। ମୃତ ବ୍ୟକ୍ତିଙ୍କ ଶବଟିକୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି। ଜୀବିତ ବୃଦ୍ଧାଙ୍କୁ ୧୦୮ଆମ୍ବୁଲାନ୍ସରେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କୁଚିଣ୍ଡା ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଆଇଆଇସି ଦିଲୀପ ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ତେବେ ଉଭୟଙ୍କ ପରିଚୟ ମିଳିନାହିଁ।