ରେଳଧାରଣାରୁ ଶବ ଉଦ୍ଧାର: ବ୍ୟବସାୟୀଙ୍କୁ ହତ୍ୟା ସନ୍ଦେହ

ସମ୍ବଲପୁର:ଗୁରୁବାର ସକାଳେ ସମ୍ବଲପୁର-ତାଲଚେର ରେଳପଥର ନକ୍ସାପାଲିଠାରେ ଯୁବ ବ୍ୟବସାୟୀ ପ୍ରଭାତ ବେହେରାଙ୍କ ଖଣ୍ଡବିଖଣ୍ଡିତ ଶବ ଉଦ୍ଧାର କରାଯାଇଛି। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦେବା ପାଇଁ ଶବକୁ ରେଳଧାରଣାରେ ପକେଇ ଦିଆଯାଇଥିବା ନେଇ ଧନୁପାଲି ଥାନାରେ ଅଭିଯୋଗ ହୋଇଛି। ନକ୍ସାପାଲି ଗାଁ ନିବାସୀ ପ୍ରଭାତଙ୍କ ସ୍ଥାନୀୟ ଢାବା ନିକଟରେ ଏକ ଚା ଓ ପାନ ଦୋକାନ ରହିଛି। ଅନ୍ୟଦିନ ଭଳି ପ୍ରଭାତ ଭୋଜନ ସାରି ରାତି ୧୧ଟାରେ ଦୋକାନକୁ ଯାଇଥିଲେ। ସକାଳ ୮ଟାରେ ସେ ଘରକୁ ଫେରି ଆସିଥାନ୍ତି। ସେ ଘରକୁ ଫେରିବା ପରେ ତାଙ୍କଠାରୁ ଚାବି ନେଇ ବଡ଼ଭାଇ ପୁଣି ଦୋକାନକୁ ଯାଇଥାନ୍ତି। ରାତି ୧୧ଟା ପର୍ଯ୍ୟନ୍ତ ସେଠାରେ କାମ କରିିଥାନ୍ତି। ଘରକୁ ଆସିବାରେ ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କୁ ଫୋନ୍‌ କରିଥିଲେ। ମାତ୍ର ସେ ଫୋନ୍‌ ଉଠାଇନଥିଲେ।

ଦୋକାନକୁ ଯିବାରୁ ତାହା ବନ୍ଦ ରହିଥିବା ତାଙ୍କ ଭାଇ ପ୍ରଭାତ ଦେଖିବାକୁ ପାଇଥିଲେ। ଖୋଜାଖୋଜି କରିବା ପରେ ବି ତାଙ୍କ ସନ୍ଧାନ ମିଳିନଥିଲା। ଅପରପକ୍ଷରେ ରେଳଧାରଣା ନିକଟରେ ଯୁବକ କଟି ଯାଇଥିବା ଖବର ସେଠାକୁ ଯିବାରୁ ପ୍ରତାପଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ପଡ଼ିଥିଲା। ରେଳଧାରଣା ପାଖରେ ପଡ଼ିଥିବା ସାର୍ଟ, ବଳା ଆଦିରୁ ଦେଖି ମୃତଦେହ ପ୍ରଭାତଙ୍କ ହୋଇଥିବା ପରିବାର ଲୋକେ ଚିହ୍ନ ଥିଲେ। ଘଟଣା ସଂକ୍ରାନ୍ତରେ ଖବର ପାଇ ଧନୁପାଲି ପୁଲିସ ସେଠାରେ ପହଂଚି ଶବ ଉଦ୍ଧାର କରିଥିଲେ। ତେବେ ସନ୍ଧ୍ୟାରେ ପ୍ରତାପ ଧନୁପାଲି ଥାନାରେ ତାଙ୍କ ଭାଇ ପ୍ରଭାତଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ସନ୍ଦେହ କରିଛନ୍ତି। ପୂର୍ବ ଶତ୍ରୁତା କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ସଂକ୍ରାନ୍ତରେ ଧନୁପାଲି ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର