ନିଶା କାରବାର, ୬ ଗିରଫ

ସମ୍ବଲପୁର: ଗୁରୁବାର ରାତିରେ ଚଢ଼ଉ କରାଯାଇ ନିଶା କାରବାରରେ ସଂପୃକ୍ତ ଅଭିଯୋଗରେ ୬ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଅଇଁଠାପାଲି ଥାନା ପୁଲିସ୍‌ ଅଲେଖ କର୍ତ୍ତାଠାରୁ ୫ଶହ ଗ୍ରାମ ଗଂଜେଇ ଜବତ କରିଛି। ସେହିପରି ଧନୁପାଲି ଥାନା ପୁଲିସ୍‌ ଦୀପକଠାରୁ ନିଶା ବଟିକା ଓ କଫ୍‌ ସିରିପ ଜବତ କରାଯାଇଛି। ସେହିପରି ବେଆଇନ ଭାବେ ମଦ ବିକ୍ରି ଅଭିଯାଗରେ ରେଂଗାଲି, କୁଚିଣ୍ଡା, ବୁର୍ଲା ଓ ହୀରାକୁଦ ଥାନା ପୁଲିସ ୪ ଜଣ ଅଭିଯୁକ୍ତ ଯଥାକ୍ରମେ ଶୁକ୍ରା ଓରାମ, ପଂଚା ମାଝୀ, ପିଲୁ ଶର୍ମା ଓ ଗୌତୁମ ମହାନନ୍ଦଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର