ଧରାପଡିଲା ନକଲି ଆର୍‌ଟିଓ,୨ ଫେରାର

ସମ୍ବଲପୁର: ଜାତୀୟ ରାଜପଥରେ ପିସି ବ୍ରିଜ୍‌ ନିକଟରେ ଗାଡି ଯାଞ୍ଚ କରୁଥିବା ବେଳେ ବୁର୍ଲା ପୁଲିସ ଜଣେ ନକଲି ଆର୍‌ଟିଓକୁ ଗିରଫ କରିଛି । ପୂର୍ବରୁ ବୁର୍ଲା ପୁଲିସ ପାଖରେ ନକଲି ଆର୍‌ଟିଓଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ସୂଚନା ଅନୁସାରେ ଏହି ଅଭିଯୋଗକୁ ଆଧାର କରି ପୁଲିସ୍‌ ଅଚାନକ୍‌ ଗାଡି ଯାଞ୍ଚ ହେଉଥିବା ସ୍ଥାନରେ ପହଞ୍ଚିଥିଲା ଘଟଣା ସ୍ଥଳରୁ ପୁଲିସ୍‌ ଗଡମୁଣ୍ଡା ଗଁାର ରାମ ମେ‌େହରକୁ ଶନିବାର ରାତିରେ ଗିରଫ କରିଥିବା ବେଳେ ୨ ଜଣ ଫେରାର ହୋଇଯାଇଥିବା ଜଣାପଡିଛି । ଫେରାର ହୋଇଥିବା ୨ ଜଣଙ୍କୁ ଖୋଜିବା ସହ ପୁଲିସ୍‌ ଘଟଣାର ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର