କାଣୀବନ୍ଧଳି ପତ୍ରା ଜଙ୍ଗଲରେ ହାତୀ ଛୁଆ ମୃତ

ଜମନକିରା: ବଡ଼ରମା ବନ୍ୟପ୍ରାଣୀ ରେଞ୍ଜ ଗୌଡ଼ପାଲି ସେକସନ କାଣିବନ୍ଧଳି ପତ୍ରା ଜଙ୍ଗଲରେ ଗୁରୁବାର ସକାଳେ ଏକ ଶାବକ ହାତୀର ମୃତ୍ୟୁ ଘଟିଛି। ଏହି ଶାବକ ହାତୀର ବୟସ ୧୫ରୁ ୨୦ ବର୍ଷ ହେବ ବୋଲି ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି। ଜଙ୍ଗଲ ସୀମା ସଂଲଗ୍ନ ଅଞ୍ଚଳରେ ଦନ୍ତା ହାତୀ ଆକ୍ରମଣରେ ଶାବକ ହାତୀ ଗୁରୁତର ଆହତ ହେବା କାରଣରୁ ମୃତ୍ୟୁ ଘଟିଥିବା ଅନୁମାନ କରାଯାଇଛି । ଖବରପାଇ ବାମରା ଡିଏଫ୍ଓ ନୃସିଂହ ଚରଣ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଏସସିଏଫ୍ ଯଦୁମଣି କେରକେଟା, ବଡ଼ରମା ରେଞ୍ଜ ଅଧିକାରୀ ରେସ୍ନା ଜାମୁଡାଲିଆ, ଫରେଷ୍ଟର ଲେଖାଶ୍ରୀ ମହାନନ୍ଦ, ବନରକ୍ଷୀ ସଞ୍ଜୀବ କିସାନ୍ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ସମ୍ବନ୍ଧିତ ଖବର