ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନଖଣ୍ଡ ସାଲେଭଟା ପଞ୍ଚାୟତ କୁନ୍ଦେଇଝୁରି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରବିବାର ଅପରାହ୍ନରେ ଜଙ୍ଗଲରେ ହାତୀର ମୃତ୍ୟୁ ହୋଇଥିବା ସମ୍ପର୍କରେ ଖବର ପାଇ ବନ ବିଭାଗ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣା ସମ୍ପର୍କରେ ରେଢ଼ାଖୋଲ ଡିଏଫ୍ଓ ଅରବିନ୍ଦ ମହାନ୍ତିଙ୍କୁ ପଚାରିବାରୁ ସେ ହାତୀମୃତ୍ୟୁ ଘଟଣାକୁ ସ୍ବୀକାର କରିଛନ୍ତି।

Advertisment

ଏଥିସହ କହିଛନ୍ତି, ‘ମୃତ ହାତୀଟିର ଆନୁମାନିକ ବୟସ ୧୪ବର୍ଷ। ତା ଦେହରେ କୌଣସି କ୍ଷତ ଚି଼ହ୍ନ ନ ଥିବାରୁ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ସୋମବାର ଶବ ବ୍ୟବଚ୍ଛେଦ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।’