ରେଢ଼ାଖୋଲ: ରେଢ଼ାଖୋଲ ଡିଭିଜନ, ନାକଟିଦେଉଳ ରେଞ୍ଜର ଏକ ଜଙ୍ଗଲରେ ଅଭାବନୀୟ ଘଟଣା ଘଟିଛି। ଚରଡାପଶି ଗାଁ ନିକଟ ଜଙ୍ଗଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ମାଈ ହାତୀର ପ୍ରାଣହାନି ଘଟିଛି। ହାତୀର ମୃତଦେହ ଉଦ୍ଧାର କରିଛି ବନବିଭାଗ। ଏହାର ବୟସ ୨୦ରୁ ୨୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
ଜଙ୍ଗଲରେ ଯାଇଥିବା ୧୧ କେ.ଭି ତାର ତଳକୁ ଖସି ରହିଥିବାରୁ ହାତୀର ହାତୀ ଶୁଣ୍ଢ ବାଜି ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା କୁହାଯାଉଛି।

Advertisment

ଖବର ପାଇ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଉଭୟ ବନବିଭାଗ ଓ ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଆଜି ଏହି ହାତୀର ମୃତ୍ୟୁ ଘଟିଥିବାର ଅଭିଯୋଗ ହୋଇଛି। ଏଣେ ଘଟଣାର ତଦନ୍ତ କରାଯିବ ବୋଲି ଡିଏଫଓ କହିଛନ୍ତି।