ସମ୍ବଲପୁର: ସମ୍ବଲପୁରରେ ନକଲି ବିଡି କାରବାର ଉପରେ ଚଢ଼ାଉ କରିଛି ସିଟି ଜିଏସଟି ବିଭାଗl ଚଢ଼ାଉ ସମୟରେ ୧୨ ବସ୍ତା ନକଲି ଶିବା ବିଡି ଜବତ ହୋଇଛି l ସୂଚନା ଅନୁସାରେ, ଆଜି ସିଟି ଷ୍ଟେସନ ନିକଟରେ ନକଲି ଶିବା ବିଡ଼ି ନେଇ ଏକ ମାଲବାହୀ ଗାଡ଼ି ଯାଉଥିବା ବେଳେ ସମ୍ବଲପୁର ସିଟି ଜିଏସଟି ବିଭାଗର ଏକ ଟିମ ଗାଡିକୁ ଅଟକାଇ ଡ୍ରାଇଭରଙ୍କୁ ବିଡିର ଉପଯୁକ୍ତ କାଗଜପତ୍ର ବା ବିଲ ଦେଖାଇବା ପାଇଁ କହିଥିଲେ l ତେବେ ଗାଡିରେ ଥିବା ୧୨ ବସ୍ତା ନକଲି ଶିବା ବିଡିର କୌଣସି କାଗଜପତ୍ର ବା ବିଲ ନଥିବାରୁ ସେହି ଗାଡି ଏବଂ ଗାଡ଼ିରେ ଥିବା ନକଲି ବିଡିକୁ ସିଟି ଜିଏସଟି ବିଭାଗ ପକ୍ଷରୁ ଜବତ କରାଯାଇଥିଲା l
କୋରାପୁଟ, ମାଲକାନଗିରିରୁ ବସ ଯୋଗେ ଏହି ନକଲି ଶିବା ବିଡି ସମ୍ବଲପୁରକୁ ଆସିଥିବା ନେଇ ଗାଡିର ଡ୍ରାଇଭର ଜଣକ ସୂଚନା ଦେଇଛନ୍ତି l ତେବେ ଏହି ଶିବା ବିଡିର ଅସଲି ଡିଷ୍ଟ୍ୟୁବୁଟର ସମ୍ବଲପୁର ରାଜା ନଗର ଅଞ୍ଚଳର ସୟଦ ମୁକ୍ତାର ଅହମ୍ମଦ ରହିଥିବା ବେଳେ ସେ ମଧ୍ୟ ନକଲି ବିଡି ଜବତ ଘଟଣା ବେଳେ ଉକ୍ତ ସ୍ଥାନରେ ଉପସ୍ଥିତ ରହିଥିଲେ l ତାହା ସହ ଏହି ଘଟଣା ନେଇ ସେ ନିଜ ପତିକ୍ରିୟା ମଧ୍ୟ ରଖିଛନ୍ତି l
ସେ କହିଛନ୍ତି ଯେ ଶିବା ବିଡିର ଅସଲ ଡିଷ୍ଟ୍ୟୁବୁଟର ସେ ନିଜେ ଅଟନ୍ତି l ତାଙ୍କ ପାଖରେ ନିୟମ ଅନୁଯାଇ ସମସ୍ତ କାଗଜପତ୍ର ସହ ଜିଏସଟି ନମ୍ବର ମଧ୍ୟ ରହିଛି l ହେଲେ ସୋନାପାଲି ଅଞ୍ଚଳର ଜହିର ଖାନ ନାମକ ଜଣେ ବ୍ୟକ୍ତି ଏହି ନକଲି ବିଡି କରବାର କରୁଛନ୍ତି l ତେବେ ଏନେଇ ସୟଦ ମୁକ୍ତାର ଅହମ୍ମଦ ବାରମ୍ବାର ପୁଲିସ ଏବଂ ଜିଏସଟି ବିଭାଗକୁ ଏହି କାରବାର ନେଇ ଅଭିଯୋଗ କରିବା ସତ୍ୱେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ସେ ଅଭିଯୋଗ କରିଛନ୍ତି l ଏହାସହ ଏହି ନକଲି ଶିବା ବିଡିର କୌଣସି ଉପଯୁକ୍ତ କାଗଜପତ୍ର ବା ବିଲ ନଥାଇ ବସ ଯୋଗେ ମାଲକାନଗିରିରୁ ସମ୍ବଲପୁରକୁ ଅଣାଯାଇ ସମ୍ବଲପୁରରେ ଅସଲି ଶିବା ବିଡି ବୋଲି ଦର୍ଶାଇ ମାର୍କେଟରେ ବିକ୍ରି କରାଯାଉଛି l ତେବେ ଏନେଇ ସେ ଆଇନ ଦ୍ୱାରସ୍ତ ହେବେ ବୋଲି କହିଛନ୍ତି l