ଜାତୀୟ ରାଜପଥ ଆରପଟକୁ ଯାଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଷୀ ମୃତ

ସମ୍ବଲପୁର: ଜାତୀୟ ରାଜପଥରେ ଗୋଟିଏ ପାର୍ଶ୍ୱରୁ ଆରପାଟକୁ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ଶୁକ୍ରବାର ଅପରାହ୍ନରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ଧନୁପାଲି ଥାନା ଅନ୍ତର୍ଗତ ନକ୍ସାପାଲି ଗାଁ ଦେଇ ଯାଇଥିବା ସମ୍ବଲପୁର-କଟକ ଜାତୀୟ ରାଜପଥ ୫୫ ନମ୍ବରରେ ଚାଷୀ ଶେଷଦେବ ବିଶ୍ୱାଲଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ନକ୍ସାପାଲିର ଶେଷଦେବ ଧକ୍କା ଖାଇ ରାସ୍ତା ଉପରେ ଛଟପଟ ହେଉଥିବା ବେଳେ ଗାଡ଼ିଟି ଦ୍ରୁତଗତିରେ ପଳାଇଥିଲା। ଫଳରେ ଉପସ୍ଥିତ ଲୋକେ ଚାରିଚକିଆ ଗାଡ଼ିକୁ ଚିହ୍ନି ପାରିନଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଲୋକେ ଶେଷଦେବଙ୍କୁ ବୁର୍ଲା ହସ୍ପିଟାଲ ନେଇ ଯାଇଥିଲେ। ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର